କୋଭିଡ-୧୯ ଟିକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଥିବା ୩ଟି କମ୍ପାନିର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କୋଭିଡ-୧୯ ଟିକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଥିବା ତିନୋଟି ଦଳ ସହିତ ଆଜି ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି । ଏହି ଦଳଗୁଡ଼ିକ ହେଲେ ପୁଣେସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡ, ହାଇଦ୍ରାବାଦର ବାୟୋଲୋଜିକାଲ ଇ ଲିମିଟେଡ ଏବଂ ଡ. ରେଡ୍ଡୀଜ୍ ଲାବୋରୋଟୋରିଜ୍ ।
କୋଭିଡ-୧୯ର ମୁକାବିଲା କରିବା ଲାଗି ପ୍ରତିଷେଧ ଟିକା ବିକାଶ ସକାଶେ କାର୍ଯ୍ୟ କରିବା ନିମନ୍ତେ ଏହି କମ୍ପାନିଗୁଡ଼ିକର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଟିକା ବିକାଶ ପାଇଁ ବିଭିନ୍ନ ମଞ୍ଚରେ  ରହିଥିବା ସମ୍ଭାବନା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।

ନିୟାମକ ପ୍ରକ୍ରିୟା ଏବଂ ତତସଂକ୍ରାନ୍ତ ପ୍ରସଙ୍ଗରେ ପରାମର୍ଶ ଓ ବିଚାର ବ୍ୟକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ଏହି କମ୍ପାନିଗୁଡ଼ିକୁ ଆହ୍ୱାନ କରିଥିଲେ । ଫଳପ୍ରଦତା ଆଦି ସମେତ ଟିକା ଓ ତତସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ସହଜ ଭାଷାରେ ସୂଚନା ଦେବା ଲାଗି ଅତିରିକ୍ତ ପ୍ରୟାସ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ଟିକା ବିତରଣ ସହିତ ଜଡ଼ିତ ଲଜିଷ୍ଟିକ୍ସ, ପରିବହନ, କୋଲ୍ଡ ଚେନ ଆଦି ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଥିଲା । ଯେଉଁସବୁ ଟିକା ବିଷୟରେ ଆଲୋଚନା କରାଯାଇଥିଲା ସେସବୁ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ରହିଛି ଏବଂ ବିସ୍ତୃତ ତଥ୍ୟ ଓ ପରିଣାମ ଆସନ୍ତାବର୍ଷ ପ୍ରାରମ୍ଭ ପରଠାରୁ ଆସିବା ନେଇ ଆଶା କରାଯାଉଛି ।

PM Narendra Modi concludes US visit, thanks Trump and Americans for exceptional hospitality - The Economic Times
The Economic Times

ଟିକା ଉତ୍ପାଦନକାରୀଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ସେମାନଙ୍କ ସମସ୍ତ ସମସ୍ୟା ସମାଧାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ, ଯାହାଫଳରେ ଏସବୁ କମ୍ପାନିଗୁଡ଼ିକର ପ୍ରୟାସ ଫଳପ୍ରଦ ହୋଇପାରିବ ଏବଂ ଦେଶ ତଥା ସମଗ୍ର ବିଶ୍ୱର ଆବଶ୍ୟକତା ପୂରଣ ହୋଇପାରିବ ।

ସମ୍ବନ୍ଧିତ ଖବର