ଆତ୍ମନିର୍ଭର ଭାରତ ଏବେ ଦୈନନ୍ଦିନ ଜୀବନର ଏକ ଅଂଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଟିମ୍‌ ଇଣ୍ଡିଆର ‌ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି ‘ଆତ୍ମନିର୍ଭର ଭାରତ’ ଏବେ ଦୈନିନ୍ଦିନ ଜୀବନର ଏକ ଅଂଶ ପାଲଟି ଯାଇଛି। କ୍ରିକେଟ୍ ପଡ଼ିଆରୁ କୋଭିଡ -୧୯ ପରିଚାଳନା ପର୍ଯ୍ୟନ୍ତ ଏହା ବିସ୍ତାରିତ ହୋଇଛି।

ଆସାମର ତେଜପୁର ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କୋଭିଡ -୧୯ ମହାମାରୀର ମୁକାବିଲାରେ ସାମିଲ୍‌ ହୋଇଥିବା ଦେଶର ବୈଜ୍ଞାନିକ ତଥା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଶଂସା କରିଛନ୍ତି।

ଆତ୍ମନିର୍ଭର ଭାରତ କେବଳ ବିକାଶ ଓ ବୈଷୟିକ ପ୍ରଗତି ପାଇଁ ନୁହେଁ, ବରଂ ଏହା ଆମ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟି ପାରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧନ କରି କହିଛନ୍ତି।

ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ୍ ଦଳର ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଟିମ୍‌ ଇଣ୍ଡିଆର ପ୍ରଶଂସା କରିବା ସହ ଆହୁରି ବି କହିଛନ୍ତି କି ବିଫଳତାକୁ ଦୂରେଇ ଦେବାକୁ ଆମକୁ ସର୍ବଦା ରିସ୍କ ନେବା ଉଚିତ। ବିନା ରିସ୍କରେ କେହି ସଫଳ ହୋଇପାରନ୍ତି ନାହିଁ।’

ସମ୍ବନ୍ଧିତ ଖବର