‘କ୍ରୁଜ୍ ସିପ୍ ଡ୍ରଗ୍’ ମାମଲା: ପ୍ରଯୋଜକ ଇମ୍ତିୟାଜ୍ ଖତ୍ରୀଙ୍କ ମୁମ୍ବାଇ ଅଫିସ୍ ଓ ବାସଭବନରେ ‘ଏନ୍ସିବି’ ଚଢ଼ାଉ
ମୁମ୍ବାଇ: ‘କ୍ରୁଜ୍ ସିପ୍ ଡ୍ରଗ୍ସ୍’ ମାମଲାରେ ସମ୍ପୃକ୍ତି ଥିବା ହେତୁ ଆଜି ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ (ଏନ୍ସିବି) ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଚଳଚ୍ଚିତ୍ର ପ୍ରଯୋଜକ ଇମ୍ତିୟାଜ୍ ଖତ୍ରୀଙ୍କ ବାସଭବନ ଓ ଅଫିସ୍ରେ ଖାନତଲାସ କରୁଥିବା କଥା ଜଣେ ଅଧିକାରୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଖତ୍ରୀଙ୍କ ଘରେ ଚଢ଼ାଉ ସମ୍ବନ୍ଧରେ ଅଧିକ କିଛି କହିବାକୁ ‘ଏନ୍ସିବି’ର କ୍ଷେତ୍ରୀୟ ନିର୍ଦେଶକ ସମୀ ଓ୍ଵାଙ୍ଖେଡ଼େ ମନା କରି ଦେଇଛନ୍ତି। ଗତବର୍ଷ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଖତ୍ରୀଙ୍କ ନାମ ଲୋକଲୋଚନକୁ ଆସିଥିଲା। ଦିବଂଗତ ଅଭିନେତାଙ୍କ ଶ୍ରୁତି ମୋଦୀଙ୍କ ଓକିଲ ଅଶୋକ ସରାଓଗି ଦାବି କରିଥିଲେ ଯେ, ଖତ୍ରୀ ସୁଶାନ୍ତ ସିଂହ ରାଜପୁତ ଏବଂ ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ ଯୋଗାଉ ଥିଲେ।
ଶୁକ୍ରବାର ଦିନ ମୁମ୍ବାଇର ଏକ ଆଞ୍ଚଳିକ ଅଦାଲତ ଅଭିନେତା ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ୍, ବନ୍ଧୁ ଅର୍ବାଜ୍ ମର୍ଚାଣ୍ଟ୍ ଏବଂ ମୁନ୍ମୁନ୍ ଧାମେଚାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଅକ୍ଟୋବର ୨ ତାରିଖ ଦିନ ମୁମ୍ବାଇ ଉପକୂଳ ଅନ୍ତର୍ଗତ ସମୁଦ୍ର ମଧ୍ୟରେ ଗୋଟାଏ ବିଳାସମୟ ଜାହାଜରେ ଚାଲିଥିବା ରେଭ୍ ପାର୍ଟିରୁ ସେମାନଙ୍କୁ ଗିରଫ କରାଯାଇଥିଲା।
‘ଏନ୍ସିବି’ ଅଧିକାରୀ ଓ୍ଵାଙ୍ଖେଡ଼େ ଶୁକ୍ରବାର ଦିନ କହିଥିଲେ ଯେ, ‘ଏନ୍ସିବି’ ଏବଂ ବିଚାର ବ୍ୟବସ୍ଥା ‘କ୍ରୁଜ୍ ଜାହାଜ ଚଢ଼ାଉ’ ମାମଲାର ଏକ ନ୍ୟାୟସଙ୍ଗତ ପରିସମାପ୍ତି କରିବ। ଆମ ମାମଲା ଯଥାର୍ଥ ଏବଂ ତାହାକୁ ସେସନ୍ କୋର୍ଟରେ ଉପସ୍ଥାପନ କରାଯିବ।