ଦାରାସେନାର ଜାତୀୟ ଅଧ୍ୟକ୍ଷ ମୁକେଶ ଜୈନଙ୍କୁ ଖଲାସ ପାଇଁ ଦାବି

ନୂଆଦିଲ୍ଲୀ : ପୁରୀ ରଥଯାତ୍ରା ପ୍ରସଙ୍ଗରେ ରାୟ ପ୍ରଦାନ କରିଥିବା ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଏସ୍‌ ଏ ବୋବ୍‌ଡେଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ଦାରାସେନାର ଜାତୀୟ ଅଧ୍ୟକ୍ଷ ମୁକେଶ ଜୈନ। ତାଙ୍କୁ ଖଲାସ କରିବା ପାଇଁ ଦାରାସେନା କର୍ମକର୍ତ୍ତାଙ୍କ ପକ୍ଷରୁ ଦାବି କରାଯାଇଛି।

ଏହି ପରିପ୍ରେକ୍ଷୀରେ ଏଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ସ୍ୱାମୀ ଓମ୍‌ଜୀ, ରେଣୁ ଗୁପ୍ତା, ଏ ପି ସିଂହ, ସୁବାସ ଚନ୍ଦ୍ର ପ୍ରମୁଖ ଶ୍ରୀ ଜୈନଙ୍କ ବିରୋଧରେ ଲାଗିଥିବା ସିଆର୍‌ପିସିର ଦଫା ୩୨୧ ପ୍ରତ୍ୟାହାର ସହିତ ତାଙ୍କୁ ତୁରନ୍ତ ଖଲାସ କରିବା ପାଇଁ ଅନୁରୋଧ କରିଥିଲେ। ଏ ନେଇ ସେମ‌ାନେ କେନ୍ଦ୍ର ସରକାର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଅନୁ‌ରୋଧ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର