ବିମୁଦ୍ରାୟନ ସମୟରେ ଭାଇରାଲ ହୋଇଥିବା ଫଟୋରେ ଥିବା ବୃଦ୍ଧ ଚଳିତ ବର୍ଷ କଲେ ମୋଦିଙ୍କ ସମର୍ଥନ

ନୂଆଦିଲ୍ଲୀ: ଗତବର୍ଷ ନଭେମ୍ବର ୮ ତାରିଖରେ ସରକାର ବିମୁଦ୍ରାୟନର ଘୋଷଣା କରିଥିଲେ। ସରକାର ଏହି ନିଷ୍ପତ୍ତି ଦେଶରୁ ଭ୍ରଷ୍ଟାଚାର ଓ ଦୁର୍ନୀତି ମାମଲାକୁ ହ୍ରାସ କରିବା ପାଇଁ କରିଥିଲେ। ତେବେ ବିମୁଦ୍ରାୟନ ଘୋଷଣା ପରେ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା।

ଯେଉଁମାନଙ୍କ ପାଖରେ ନଗଦ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ଥିଲା ତାହାକୁ ବଦଳାଇବା ପାଇଁ ବ୍ୟାଙ୍କରେ ଧାଡି ବାନ୍ଧି ଘଣ୍ଟାଘଣ୍ଟା ସମୟ ଧରି ଛିଡା ହେବାକୁ ପଡ଼ିଥିଲା। ଏହି ସମୟରେ ଜଣେ ବୃଦ୍ଧଙ୍କ ଫଟୋ ସୋସିଆଲ ମିଡିଆ ଖୂବ୍‌ ଭାଇରାଲ ହୋଇଥିଲା। ଯିଏକି ଟଙ୍କା ନେବା ପାଇଁ ବ୍ୟାଙ୍କରେ ଅନେକ ସମୟ ଧରି ଧାଡ଼ି ବାନ୍ଧି ଛିଡ଼ା ହେବା ପରେ ବି ଟଙ୍କା ମିଳି ନ ଥିଲା। ଏହାପରେ ବୃଦ୍ଧ ଜଣକ କାନ୍ଦି ପକାଇଥିଲେ। ଏହି ବୃଦ୍ଧ ଜଣକ ହେଉଛନ୍ତି ୮୦ ବର୍ଷିଅ ଅବସରପ୍ରାପ୍ତ ଯବାନ ନନ୍ଦଲାଲ ବୋଲି ଜଣାପଡ଼ିଛି।

ବିମୁଦ୍ରାୟନକୁ ବିରୋଧ କରୁଥିବା ଦଳ ଏହି ସମୟରେ ନନ୍ଦଲାଲଙ୍କ କାନ୍ଦିବାର ଫଟୋକୁ ନେଇ ନନ୍ଦଲାଲଙ୍କ ବିମୁଦ୍ରାୟନରେ ପୀଡ଼ିତ ବୋଲି ରାଜନୀତି ଆରମ୍ଭ କରି ଦେଇଥିଲେ ଏବଂ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଜର୍ଜରିତ କରିଥିଲେ।

ବୁଧବାର ଅର୍ଥାତ୍‌ ନଭେମ୍ବର ୮ ତାରିଖରେ ବିମୁଦ୍ରାୟନକୁ ଏକ ବର୍ଷ ପୂର୍ତ୍ତିକୁ ନେଇ ଏକ ଟିଭି ଚାନେଲ ନନ୍ଦଲାଲଙ୍କ ପ୍ରତିକ୍ରିୟା ଜାଣିବା ତାଙ୍କୁ ପାଇଁ ନିମନ୍ତ୍ରିତ କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ସେ ସମର୍ଥନ ଜଣାଉଛନ୍ତି କି ନାହିଁ ପଚାରିଥିଲେ।

ନନ୍ଦଲାଲ କହିଥିଲେ, ‘ବିମୁଦ୍ରାୟନ ସମୟରେ ମୁଁ ଗୁରୁଗ୍ରାମର ଏକ ବ୍ୟାଙ୍କକୁ ଟଙ୍କା ବାହାର କରିବା ପାଇଁ ଯାଇଥିଲି। ବହୁ ସମୟ ଲମ୍ବା ଧାଡ଼ିରେ ଛିଡା ହେବା ପରେ ବି ଟଙ୍କା ମିଳି ନଥିଲା। ଜଣେ ମହିଳା ବି ସେହି ସମୟରେ ଠେଲାପେଲାରେ ମୋର ଗୋଡ ଉପରେ ଚଢ଼ି ଯାଇଥିଲେ। ମୁଁ ଯନ୍ତ୍ରଣାରେ କାନ୍ଦୁଥିବା ସମୟରେ କେହି ଜଣେ ସେହି ସମୟରେ ମୋର ଫଟୋ ଉଠାଇ ନେଇଥିଲେ। ସରକାରଙ୍କ ବିମୁଦ୍ରାୟନ ନିଷ୍ପତ୍ତିକୁ ମୁଁ ପୂର୍ଣ୍ଣମାତ୍ରାରେ ସମର୍ଥନ ଜଣାଉଛି। ବର୍ତ୍ତମାନ ସବୁ ଠିକ୍‌ ଅଛି। ବିମୁଦ୍ରାୟନ ଆରମ୍ଭରେ ହୁଏତେ ଟିକେ ଅସୁବିଧା ହୋଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ସବୁକିଛି ସାଧାରଣ ହୋଇଯାଇଥିଲା। ବିମୁଦ୍ରାୟନ ପରେ କାହାକୁ କ’ଣ ଲାଭ ହୋଇଛି ମୁଁ ଜାଣି ନାହିଁ। କିନ୍ତୁ ମାତେ ଖୁବ୍‌ ଲାଭ ମିଳିଛି। ପୂର୍ବରୁ ମୋତେ କେହି ଜାଣି ନଥିଲେ, ଏବେ ମୋତେ ସମସ୍ତେ ଜାଣୁଛନ୍ତି। ମୁଁ ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ସମର୍ଥନ କରିବ। କାରଣ ମୋର ବିଶ୍ୱାସ ଅଛି ଜନତାଙ୍କ ପାଇଁ ଯାହା ମଙ୍ଗଳ ହେବ ସରକାର ତାହା ହିଁ କରିବେ।’

ସମ୍ବନ୍ଧିତ ଖବର