ରିଅଲିଟି ସୋ’ରେ ପିଲାଦିନ କଥା ମନେ ପକାଇ କାନ୍ଦିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ବଲିଉଡ୍‌ର ପ୍ରଖ୍ୟାତ ଅଭିନେତା ଧର୍ମେନ୍ଦ୍ରଙ୍କୁ ରିଅଲିଟି ସୋ’- ସୁପରଷ୍ଟାର୍‌ ସିଙ୍ଗର’ର ଆଗାମୀ ଏପିସୋଡରେ ତାଙ୍କ ବଡ଼ ପୁଅ ସନ୍ନି ଏବଂ ନାତି କରନ୍‌ଙ୍କ ସହ ଦେଖିବାକୁ ମିଳିବ। ତେବେ ନିକଟ‌ରେ ଏହି ଅଧ୍ୟାୟରଏକ ପ୍ରମୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳୁଛି ଯେ ଧର୍ମେନ୍ଦ୍ର ତାଙ୍କ ପିଲାଦିନର ସ୍ମୃତି ସଂକ୍ରାନ୍ତ ଭିଡିଓ ଦେଖି କାନ୍ଦି ପକାଉଛନ୍ତି। ‘ସୁପରଷ୍ଟାର ସିଙ୍ଗର ’ ଧର୍ମେନ୍ଦ୍ରଙ୍କୁ ତାଙ୍କ ପିଲାଦିନର ସ୍ମୃତି ସମ୍ବଳିତ ଏକ ଭିଡିଓ ପ୍ରସ୍ତୁତ କରି ଦେଖାଇଥିଲେ। ଏହି ଭିଡିଓଟିରେ ଧର୍ମେନ୍ଦ୍ରଙ୍କ ଗ୍ରାମ- ସାହେନୱାଲ୍‌ ଦେଖିବାକୁ ମିଳିଥିଲା। ଏହା ଲୁଧିଆନାଠାରୁ ୧୦ କିମି ଦୂର। ଧର୍ମେନ୍ଦ୍ର ଏଠାରେ ତାଙ୍କ ପିଲାଦିନ ବିତାଇଥିଲେ। ଧର୍ମେନ୍ଦ୍ର ସ୍କୁଲ୍‌ ପୋଷାକ ପିନ୍ଧିଥିବା ଏକ ଫଟୋ ସହ ସାହେନୱାଲ୍‌ ରେଳ ‌ଷ୍ଟେସନ୍‌ ମଧ୍ୟ ଏହି ଭିଡିଓରେ ଦେଖା ଯାଇଥିଲା। ଧର୍ମେନ୍ଦ୍ର ଏହି ଭିଡିଓ ଦେଖି ନିଜର କୋହ ସମ୍ଭାଳି ନପାରି କାନ୍ଦି ପକାଇଥି‌ବା ଭିଡିଓରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର