ଲଣ୍ଡନରେ ପ୍ରବାସୀ ଓଡ଼ିଆଙ୍କ ନିଆରା ଦୀପାବଳି ପାଳନ

ଭୁବନେଶ୍ୱର: ଶରୀର ସିନା ବିଦେଶରେ କିନ୍ତୁ ମନ ଓଡିଶାରେ | ସେଥିପାଇଁ ତ ଓଡିଶାରୁ ବହୁ ଦୂରରେ ଥିଲେ ବି ଭୁଲିପାରିନାହାନ୍ତି ଓଡ଼ିଆ ସଂସ୍କୃତି ଓ ପରମ୍ପରା | ସବୁ ବର୍ଷ ଭଳି ଏହି ବର୍ଷ ବି ଆଲୋକର ପର୍ବ ଦୀପାବଳିକୁ ଲଣ୍ଡନରେ ଥିବା ପ୍ରବାସୀ ଓଡ଼ିଆମାନେ ଧୂମଧାମରେ ପାଳନ କରିଛନ୍ତି | ବାଣ ଫୁଟାଇବା ସହ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ ମଧ୍ୟ କରିଛନ୍ତି | ଲଣ୍ଡନ ନିକଟସ୍ଥ କୋଭେଣ୍ଟ୍ରି ସହରରେ ବସବାସ କରୁଥିବା ଓଡ଼ିଆ ପରିବାରମାନେ ଉତ୍ସାହ ଓ ଉଦ୍ଦୀପନାର ସହ ଦୀପାବଳି ପାଳନ କରିଛନ୍ତି |

Photo-Satmanyu

ମିଡ଼ଲ୍ୟାଣ୍ଡ ଓଡ଼ିଆ ସମାଜ ତରଫରୁ ଆୟୋଜିତ ଦୀପାବଳି ଉତ୍ସବରେ କୋଭେଣ୍ଟ୍ରି ସହର ସମେତ ଆଖପାଖ ଅଂଚଳରେ ରହୁଥିବା ଓଡ଼ିଆ ପରିବାରମାନେ ଏଥିରେ ଭାଗ ନେଇଥିଲେ |

Photo-Satmanyu

ଦୀପାବଳି ଉତ୍ସବ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଆରାଧନା କରିବା ସହ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା | ଏହାପରେ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଖେଳ ପ୍ରତିଯୋଗିତା କରାଯିବା ସହ ସେମାନଙ୍କୁ ଓଡ଼ିଶାର ମହନୀୟ ସଂସ୍କୃତି ଓ ପରମ୍ପରା ବାବଦରେ ବାପା-ମା ମାନେ ବୁଝାଇଥିଲେ | ଏହାପରେ ବାଣ ଫୁଟାଇବା ସହ ପିତୃପୁରୁଷଙ୍କ ପାଇଁ ପିଣ୍ଡଦାନ ମଧ୍ୟ କରିଥିଲେ |

ସମ୍ବନ୍ଧିତ ଖବର