ମୃତ ଭଉଣୀକୁ ଭାଇ କହୁଛି,‘ବାଧ୍ୟ ହେଉଛି ତତେ ଏପରି ନେବାପାଇଁ, ମୋତେ କ୍ଷମା କରିଦେବୁ ମୋ ସୁନାଭଉଣୀ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୌଶାମ୍ବୀରୁ ଏକ ଦୁଃଖଦ ଓ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଗାଡ଼ି ନମିଳିବାରୁ ଜଣେ ଭାଇ ତାର ଭଉଣୀକୁ ବାଇକରେ ଧରି ୧୦କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥିଲା।

କୁହାଯାଉଛି କି ଏବେ ବିଭିନ୍ନ ବିଭାଗର ପରୀକ୍ଷା ଚାଲିଛି। ପରୀକ୍ଷା ଦେଇ ସାରିବା ପରେ ଭଲ ହୋଇ ନଥିବାରୁ ଜଣେ ଛାତ୍ରୀ  ଚିନ୍ତାରେ ରହୁଥିଲେ। ଶେଷରେ ‌ସେ ଫାଶୀ ଦେଇ ଜୀବନ ହାରି ଦେଇଥିଲେ।

ଏହି ଅଘଟଣ ସମ୍ପର୍କରେ ପରିବାରଲୋକ ଖବର ପାଇବା ପରେ ତୁରନ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ଛାତ୍ରୀଙ୍କୁ ମୃତଘୋଷଣା କରିଥିଲେ। ଏହାପରେ ଭାଇ ଭଉଣୀର ମୃତଦେହକୁ ନେବା ପାଇଁ ହସ୍ପିଟାଲ ପକ୍ଷରୁ ଗାଡ଼ିର ବନ୍ଦୋବସ୍ତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ କିଛି ସୁବିଧା ନମିଳିବାରୁ ଶେଷରେ ଭାଇ ନିଜ ବାଇକରେ ମୃତଭଉଣୀକୁ ଧରି ଘରକୁ ଆସିବା ପାଇଁ ବାଧ୍ୟ ହୋଇଥିଲି। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ମୃତକ ଛାତ୍ରୀଙ୍କ ଭାଇ କହିଛନ୍ତି, ‘ଭଉଣୀକୁ ଡାକ୍ତର ମୃତ ଘୋଷଣା କଲା ପରେ ମୁଁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲି। ଭଉଣୀକୁ ନେବା ପାଇଁ ଏକ ବାହାନ ମାଗିଥିଲି। ଅନେକ ସମୟ ଧରି ଅପେକ୍ଷା କରିବା ପ‌ରେ ବି ମୋତେ କୌଣସି ସାଧନ ମିଳି ନଥିଲା। ଶେଷରେ  ବାଇକରେ ଭଉଣୀକୁ ଧରି ଘରକୁ ଆସିବାକୁ ବାଧ୍ୟ ହୋଇଥିଲି।

ହସ୍ପିଟାଲରୁ ବାହାରିବା ସମୟରେ ପୁଲିସ ବି ଏଦୃଶ୍ୟ ଦେଖିଥିଲା, କିନ୍ତୁ କୌଣସି ପ୍ରତିକ୍ରିୟା ଦେଇ ନଥିଲା। ବାଇକରେ ଭଉଣୀ ମୃତଦେହକୁ ନେଇ ଯାଉଥିବା ବେଳେ କେହି ଜଣେ ପଛରୁ ଏହାର ଭିଡିଓ କରିଦେଇ ସୋସିଆଲ ମିଡିଆ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଛି।

 

ସମ୍ବନ୍ଧିତ ଖବର