ନାଇରୋବି ଅଭିମୁଖେ ଯାଉଥିବା ଇଥିଓପିଆନ୍‌ ଏୟାରଲାଇନ୍ସର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ; ୧୫୭ଙ୍କ ମୁତ୍ୟୁ ଆଶଙ୍କା!

ଆଦିସ୍‌ ଆବାବା/ ନୂଆଦିଲ୍ଲୀ: ଇଥିଓପିଆନ୍‌ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୪୯ ଜଣ ଯାତ୍ରୀଙ୍କ ସମେତ ୮ ଜଣ କ୍ରୁ ସଦସ୍ୟ ଥିଲେ। ଇଥିଓପିଆର ରାଜଧାନୀ ଆଦିସ୍‌ ଆବାବାରୁ ଇଥିଓପିଆନ୍‌ ଏୟାରଲାଇନ୍ସର ଏହି ଯାତ୍ରୀବାହୀ ବିମାନଟି ୧୪୯ ଯାତ୍ରୀଙ୍କୁ ଧରି ନାଇରୋବି ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ, ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାଣିବାକୁ ମିଳିଛି।


ଇଥିଓପିଆର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଇଥିଓପିଆନ୍‌ ଏୟାରଲାଇନ୍ସର ଏକ ୭୩୭ ବୋଇଂ କ୍ରୁ ସଦସ୍ୟଙ୍କ ସମେତ ୧୫୭ ଜଣଙ୍କୁ ଧରି ଇଥିଓପିଆର ରାଜଧାନୀ ଆଦିସ୍‌ ଆବାବାରୁ ନାଇରୋବି ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା ଅଧିକାଂଶ ଯାତ୍ରୀଙ୍କର ମୁତ୍ୟୁ ଘଟିଥିବା ଆଶଙ୍କା କରା ଯାଉଥିବା ବେଳେ ଏ ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ହୋଇପାରି ନଥିବା ଇଥିଓପିଆର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ଏକ ବିବୃତିରେ କୁହାଯାଇଛି। ସବିଶେଷ ବିବରଣୀକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର