ଇଣ୍ଡିଆନ ଅଏଲ୍ ପେଟ୍ରୋଲ ପମ୍ପରେ ରହିବ ଇଲେକ୍ଟ୍ରିକ୍ ଗାଡ଼ି ଚାର୍ଜର୍

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ କାର କ୍ରେତାଙ୍କ ପାଇଁ ଖୁସି ଖବର । ଆଗାମୀ ଦିନରେ ସେମାନଙ୍କୁ କାର୍ ଚାର୍ଜ କରିବାର ଟେନସନ୍ ନେବାକୁ ପଡ଼ିବ ନାହିଁ। ରାଷ୍ଟ୍ରାୟତ୍ତ ତେଲ ବିପଣନ କମ୍ପାନି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଦେଶର ୧୪୦୦ ପେଟ୍ରୋଲ ପମ୍ପରେ ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିବ। ଆଇଓସି ଏହି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ଜେଟୱାର୍କକୁ ଠିକା ଦେଇଛି । ଆଇଓସି ୬ ହଜାର ଚାର୍ଜର ପାଇଁ ଟେଣ୍ଡର ଜାରି କରିଥିଲା। ଏଥିରେ ଦେଶର ୪୦ ଜଣ ଇଲେକ୍ଟ୍ରିକ୍ ଯାନ ଯୋଗାଣକାରୀ ସାମିଲ ହୋଇଥିଲେ। ତେବେ ଶେଷରେ ଜେଟୱାର୍କ ଆଇଓସିଠାରୁ ଏହି କାର୍ଯ୍ୟାଦେଶ ପାଇଛି।

ଜେଟୱାର୍କ କହିଛି ଯେ ଏହା ଏକ ରାଷ୍ଟ୍ରାୟତ୍ତ ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀଠାରୁ ସବୁଠାରୁ ବଡ ଅର୍ଡର ପାଇଛି । ଆଇଓସିର ପେଟ୍ରୋଲ ପମ୍ପରେ ଆବଶ୍ୟକତା ଅନୁଯାୟୀ ଏହି ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯିବ ବୋଲି କଂପାନିର ବ୍ୟବସାୟ ମୁଖ୍ୟ (ଅକ୍ଷୟ ଶକ୍ତି) ଅଭୟ ଆଦ୍ୟା କହିଛନ୍ତି। ପ୍ରମୁଖ ସହରରେ ଏହି ଚାର୍ଜିଂ ଷ୍ଟେସନ ସ୍ଥାପନ ଦ୍ୱାରା ଆମେ ଇଲେକ୍ଟ୍ରିକ୍ ଯାନ ଗ୍ରହଣକୁ ତ୍ୱରାନ୍ୱିତ କରିପାରିବା ଏବଂ ଦେଶକୁ ଏକ ପରିବେଶ ଅନୁକୂଳ ଭବିଷ୍ୟତ ଆଡକୁ ଆଗେଇ ନେବାରେ ସକ୍ଷମ ହୋଇପାରିବୁ। ଏହି ଚୁକ୍ତି ଅନୁଯାୟୀ ଜେଟୱାର୍କ ୫୦-୬୦ କିଲୋୱାଟ୍ ଏବଂ ୧୦୦-୧୨୦ କିଲୋୱାଟ୍ କ୍ଷମତା ବିଶିଷ୍ଟ ୧୪୦୦ରୁ ଅଧିକ ଇଭି ଚାର୍ଜର ସ୍ଥାପନ କରିବ।

ସମ୍ବନ୍ଧିତ ଖବର