ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ ‘ଫୋନି’: ପାଣିପାଗ ବିଭାଗ ଜାରି କଲା ନୂଆ ବୁଲେଟିନ, ମେ’ ୨-୩ରେ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଦିନକୁ ଦିନ ସାମୁଦ୍ରିକ ବାତ୍ୟା ‘ଫୋନି’ର ଶକ୍ତି ବୃଦ୍ଧି ହେଉଛି । ଭାରତୀୟ ପାଣିପାଗ ବିଭାଗ ଅନ୍ତର୍ଗତ ବାତ୍ୟା ସୂଚନା କେନ୍ଦ୍ର ପକ୍ଷରୁ କିଛି ସମୟ ପୂର୍ବରୁ ଯେଉଁ ବୁଲେଟିନ ଜାରି କରାଯାଇଛି, ତାହାକୁ ଦେଖିଲେ ଭୟ ସୃଷ୍ଟି ହେଉଛି । କାରଣ ଗତ କାଲି ପାଣିପାଗ ବିଭାଗ କହିଥିଲା ଯେ ଏହା ଏକ ଭେରି ସିଭିୟର ସାଇକ୍ଲୋନ ( ଅତି ଭୀଷଣ ସାମୁଦ୍ରିକ ଝଡ଼)ରେ ପରିଣତ ହେବ ।

କିନ୍ତୁ ଆଜି କୁହାଯାଇଛି ଯେ ଫୋନି ଭେରି ସିଭିୟର ସାଇକ୍ଲୋନ ନୁହେଁ, ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ ( ଅତି ଭୟଙ୍କର ସାମୁଦ୍ରିକ ଝଡ଼)ରେ ପରିଣତ ହେବାକୁ ଯାଉଛି । ଏହା ଫଳରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଆଉ ଏକ ଚିନ୍ତାର ବିଷୟ ହେଉଛି ଯେ ଏହାର ଗତିପଥ ଧୀରେ ଧୀରେ ବଦଳୁଛି । ପୂର୍ବରୁ କୁହାଯାଉଥିଲା ଯେ ଏହା ତାମିଲନାଡୁରେ ମାଡ ହେବ ।କିନ୍ତୁ ଏବେ ଏହାର ଗତିପଥ ଦେଖିଲେ ଜଣାପଡୁଛି ଯେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ରେ ମାଡ ହେବ । ଓଡ଼ିଶା ଆଡକୁ ବୁଲିବାର ଆଶଙ୍କା ମଧ୍ୟ ରହିଛି । ତେବେ ଆସନ୍ତା ୨-୩ ତାରିଖ ବେଳକୁ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ଓ ଜୋରରେ ପବନ ବୋହିବାର ସମ୍ଭାବନା ରହିଛି ।

ଏବେ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ତଥା ଚେନ୍ନାଇଠାରୁ ୯୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇରହିଛି । ଏହା ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଭାରତ ଆଡକୁ ମାଡିଆସୁଛି ।

ସମ୍ବନ୍ଧିତ ଖବର