୬ଘଣ୍ଟିଆ ନୋଟିସରେ କୋଭିଡ୍-୧୯ ରୋଗୀଙ୍କ ପାଇଁ ୧୦ଶଯ୍ୟା ଆଇସିୟୁ ହେବ ଫିଲଡ୍ ହସପିଟାଲ୍: ସେନାମୁଖ୍ୟ ମନୋଜ ନରୱଣେ

ନୂଆଦିଲ୍ଲୀ: ୬ଘଣ୍ଟିଆ ନୋଟିସ୍ ପାଇବା କ୍ଷଣି କେବଳ କୋଭିଡ୍-୧୯ ରୋଗୀମାନଙ୍କ ନିମନ୍ତେ ୪୫ ଶଯ୍ୟା ଏକାନ୍ତବାସ କୋଠରି ଏବଂ ୧୦ ଶଯ୍ୟା ଆଇସିୟୁ କୋଠରି ପ୍ରସ୍ତୁତି କରିବା ପାଇଁ ଫିଲଡ୍ ହସପିଟାଲଗୁଡ଼ିକୁ କୁହାଯାଇଥିବା କଥା ଶୁକ୍ରବାର ଦିନ ସେନାମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ କହିଛନ୍ତି ।

ଦେଶର କୋଭିଡ୍-୧୯ ଅଧ୍ୟୁଷିତ ଅଞ୍ଚଳରେ କରୋନାଭାଇରସ୍ ସଂକ୍ରମିତ ବ୍ୟକ୍ତିବିଶେଷଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଖାନା ପ୍ରସ୍ତୁତ କରିବାକୁ ପ୍ରାୟ ୩୦% ଆର୍ମି ଫିଲଡ୍ ହସପିଟାଲ୍ ସଜାଗ ହୋଇ ରହିଛନ୍ତି । କରୋନାଭାଇରସ୍ ସଙ୍କଟର ମୁକାବିଲା କରିବାକୁ ଭାରତୀୟ ସେନାବାହିନୀ ଗ୍ରହଣ କରିଥିବା କେତେକ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ ।
ଗଣମାଧ୍ୟମକୁ ଏକ ଇ-ମେଲ୍ ଉତ୍ତରରେ ସେନାମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ କହିଛନ୍ତି: ଆଗାମୀ କେତେ ସପ୍ତାହରେ ଏହି ମାରାତ୍ମକ ଭୂତାଣୁର ନକାରାତ୍ମକ ପ୍ରଭାବ ପ୍ରତିହତ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ କଥା ।

Image Source: WION

ସେ ଆହୁରି କହିଛନ୍ତି ଯେ ଭାରତରେ କୋଭିଡ୍-୧୯ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ସାଙ୍ଗଠନିକ ଢାଞ୍ଚା ଏବଂ ତାଲିମ ବଳରେ କେତେଗୁଡ଼ିଏ ଜରୁରୀ ପରିସ୍ଥିତି ସହ ମୁକାବିଲା କରିବାକୁ ଭାରତୀୟ ସେନାବାହିନୀର ସହଜାତ ସାମର୍ଥ୍ୟ ରହିଛି ।

ସମ୍ବନ୍ଧିତ ଖବର