‘ଭୁଲିଯାଅ, କ୍ଷମାକର’… ନିଜ ସମର୍ଥକ ବିଧାୟକଙ୍କୁ ଆହ୍ଵାନ ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ନୂଆଦିଲ୍ଲୀ/ ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବିରୋଧରେ ଆରମ୍ଭ କରିଥିବା ବିଦ୍ରୋହରୁ ଓହରି ଯାଇ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କର ସମର୍ଥକ ବିଧାୟକମାନଙ୍କୁ ଧରି ଜୟପୁର ଫେରି ଆସିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଗେହଲଟ ତାଙ୍କ ସମର୍ଥନରେ ଥିବା କଂଗ୍ରେସ ବିଧାୟକମାନଙ୍କୁ ଧରି ଜୟସଲମେରରେ ଅଛନ୍ତି। ଜୟସଲମେରରେ ଥିବା ମୁଖ୍ୟମନ୍ତ୍ରୀ ଗେହଲଟ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଆହ୍ଵାନ ଦେଇ କହିଛନ୍ତି ଯେ ଭୁଲିଯାଅ, କ୍ଷମାକର ଏବଂ ଆଗକୁ ବଢ଼। ପୂର୍ବରୁ ମୁଖ୍ୟମନ୍ତ୍ରୀ ଗେହଲଟ କହିଥିଲେ ଯେ ଦଳ ଯଦି ସେମାନଙ୍କୁ କ୍ଷମା କରି ଦେଇଛି, ତେବେ ସେମାନଙ୍କୁ ଆଉ ଥରେ ଗ୍ରହଣ କରିବାରେ ଆମର କୌଣସି ପ୍ରକାରର ଅସୁବିଧା ନାହିଁ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ରାହୁଲ ଓ ପ୍ରୟଙ୍କାଙ୍କ ସହ ଆଲୋଚନା କରିବା ପରେ ସଚିନ୍‌ ପାଇଲଟ୍‌ ବିଦ୍ରୋହରୁ ଓହରି ଯାଇଥିଲେ ଓ ନିଜ ସମର୍ଥକ ବିଧାୟକମାନଙ୍କୁ ଧରି ଜୟପୁର ଫେରି ଆସିଥିଲେ। କିନ୍ତୁ ଗେହଲଟ୍‌ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଧରି ଜୟସଲମେରରେ ଅବସ୍ଥାନ କରୁଥିବାରୁ ପାଇଲଟ ଓ ଗେହଲଟ୍‌ଙ୍କ ମଧ୍ୟରେ ସାକ୍ଷାତ କିମ୍ବା ଆଲୋଚନା ହୋଇପାରି ନାହିଁ। ଅଶୋକ ଗେହଲୋଟ୍‌ କହିଛନ୍ତି ଯେ ଆମକୁ ଦେଶ, ରାଜ୍ୟ, ଲୋକଙ୍କର ସେବା କରିବାକୁ ପଡିବ ଏବଂ ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡିବ। ସେଥିପାଇଁ ସହନଶୀଳ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ୍‌ କହିଛନ୍ତି।

NDTV

ସଚିନ ପାଇଲଟ ସୋମବାର ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ସାକ୍ଷାତ କରିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏକ ମାସର ବିଦ୍ରୋହରୁ ଓହରି ଯାଇ ଗତକାଲି, ସେ ତାଙ୍କ ବିଦ୍ରୋହ ପରେ ପ୍ରଥମ ଥର ପାଇଁ ଜୟପୁରକୁ ଫେରିଥିବା ବେଳେ ଅଶୋକ ଗେହଲୋଟ୍‌ ଜୟସଲମେରରେ ନିଜକୁ ଦୂରେଇ ରଖିବାକୁ ସ୍ଥିର କରିଥିଲେ।

ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ଦିନ ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଦୁହେଁ ଏପର୍ଯ୍ୟନ୍ତ ସାକ୍ଷାତ ହୋଇନାହାଁନ୍ତି ଏବଂ ପରସ୍ପରକୁ ଭେଟିବାର ସମ୍ଭାବନା ନାହିଁ। ଗତକାଲି ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରେ ସଚିନ୍‌ ପାଇଲଟ୍‌ କହିଥିଲେ ଯେ ତାଙ୍କୁ ‘ନିକମା’ (ଅପାରଗ) କୁହା ଯାଉଥିବାରୁ ସେ ମାନସିକସ୍ତରରେ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର