ମୋଦୀ ସରକାରଙ୍କୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅପିଲ, ୧୦୦୦ କରାଯାଉ ଲୋକସଭା ସଦସ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଲୋକସଭାର ସଦସ୍ୟଙ୍କ ସଂଖ୍ୟା ପାଖାପାଖି ୨ ଗୁଣ ବୃଦ୍ଧି କରିବାକୁ ଅପିଲ କରିଛନ୍ତି | ସୋମବାର ଦିନ ଏକ କାର୍ଯ୍ୟକ୍ରମ ଅବସରରେ ପ୍ରଣବ କହିଛନ୍ତି ଯେ ଏବେ ଲୋକସଭା ଆସନର ସଂଖ୍ୟା ୫୪୩କୁ ବଢ଼ାଇ ୧ ହଜାର କରିଦେବା ଆବଶ୍ୟକ | କେବଳ ଲୋକସଭା ନୁହେଁ ବରଂ ରାଜ୍ୟସଭାର ସଦସ୍ୟଙ୍କ ସଂଖ୍ୟା ମଧ୍ୟ ବଢାଇବା ଆବଶ୍ୟକ | ସେ କହିଛନ୍ତି ଦେଶର ଜନସଂଖ୍ୟାକୁ ଦେଖି ଏହା ଆବଶ୍ୟକ ହୋଇପଡିଛି |

ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଯେ ଶେଷ ଥର ପାଇଁ ୧୯୭୭ ମସିହାରେ ଲୋକସଭାର ସଦସ୍ୟଙ୍କ ସଂଖ୍ୟା ପରିବର୍ତ୍ତନ କରାଯାଇଥିଲା | ୧୯୭୧ ମସିହାର ଜନଗଣନା ଅନୁସାରେ ଲୋକସଭା କ୍ଷେତ୍ରର ନିର୍ଦ୍ଧାରଣ ହୋଇଥିଲା | ଯେହେତୁ ଦେଶର ଜନସଂଖ୍ୟା ସେହି ସମୟରେ ୫୫ କୋଟି ଥିଲା ତେଣୁ ୫୪୩ ଜଣ ଲୋକସଭା ସଦସ୍ୟ ରହିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା |

କିନ୍ତୁ ସେହି ତୁଳନାରେ ବର୍ତ୍ତମାନ ଜନସଂଖ୍ୟା ୧୧୦ କୋଟିରୁ ଅଧିକ ଥିବାରୁ ଲୋକସଭା କ୍ଷେତ୍ରର ପୁନର୍ଗଠନ ହେବା ଆବଶ୍ୟକ | ସେହିପରି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ନେଇ ଅସହମତି ପ୍ରକାଶ କରିଛନ୍ତି ପ୍ରଣବ | ସେ କହିଛନ୍ତି ଯେ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏଭଳି କରାଯାଇପାରେ | କିନ୍ତୁ ଭବିଷ୍ୟତରେ ଲୋକ ପ୍ରତିନିଧି ସରକାରଙ୍କ ଉପରେ ଅବିଶ୍ୱାସ ନ କରିବେ ଏହାର କଣ ଗ୍ୟାରେଣ୍ଟି ଅଛି |

ସମ୍ବନ୍ଧିତ ଖବର