ମୋବାଇଲ ଗେମ୍‌ କାଳ ହେଲା, ୪ କିଶୋରଙ୍କ ଉପରେ ଟ୍ରେନ୍‌ ଚଢ଼ିଗଲା

କୋଲକାତା : ମୋବାଇଲ୍‌ ଗେମ୍‌ ଯୁବପିଢ଼ିଙ୍କ ପାଇଁ କାଳ ହୋଇଛି। ଚାରି ଜଣ କିଶୋର ରେଳ ଧାରଣା ଉପରେ ବସି ମୋବାଇଲ୍‌ରେ ଗେମ୍‌ ଖେଳୁଥିବା ବେଳେ ସେମାନଙ୍କ ଉପରେ ଏକ ଟ୍ରେନ୍‌ ଚଢ଼ି ଯାଇଛି। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାଟି ରବିବାର ରାତିରେ ଉତ୍ତର ଦିନାଜପୁର ଜିଲ୍ଲ‌ାରେ ଘଟିଛି।

ନିଉ ଜଲପାଇଗୁଡ଼ିଠାରୁ ୫୦ କିଲୋମିଟର ଦୂର ଚୋପଡ଼ା ନିକଟରେ ରେଳଧାରଣା ଉପରେ ଏହି ଅଘଟଣ ଘଟିଥିବା ଖବର ପାଇ ଜିଆର୍‌ପି ପୁଲିସ ରାତି ୧୦ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଅନ୍ଧାର ହେତୁ ମୃତଦେହ ଠାବ ହୋଇପାରି ନଥିଲା। ସୋମବାର ସକାଳେ ମୃତଦେହ ଠାବ ହୋଇଛି। ଗତରାତିରେ ୧୩-୧୪ ବର୍ଷର ୪ ଜଣ କିଶୋର ରେଳ ଧାରଣା ଉପରେ ବସି ମୋବାଇଲରେ ଖେଳୁଥିଲେ। ଏହି ସମୟରେ ଟ୍ରେନ୍‌ ଆସିଥିଲା। ‌ଖେଳରେ ବ୍ୟସ୍ତ ଥିବାରୁ ସେମାନେ ଜାଣିପାରି ନଥିଲେ। ଟ୍ରେନ୍‌ ଧକ୍କାରେ ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର