ଲଗାତର ୨୦ଘଣ୍ଟା ଗେମ୍‌ ଖେଳିବା ପରେ ଗୋଡ ଅଚଳ ହୋଇଗଲା, ଷ୍ଟ୍ରେଚରରେ ବୁହାହୋଇ ଡାକ୍ତରଖାନା ଗଲେ

ନୂଆଦିଲ୍ଲୀ : ଚାଇନାରେ ଘଟିଛି ଗୋଟେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଖେଳ ନିଶା ଯୁବକଙ୍କୁ କରିଛି ପକ୍ଷାଘାତ ରୋଗୀ । ୨୦ଘଣ୍ଟା ଗୋଟିଏ ସ୍ଥାନରେ ବସି ରହି ଭିଡିଓ ଗେମ୍‌ ଖେଳିବାରୁ ଯୁବକଙ୍କର ଅଣ୍ଟାରୁ ଗୋଡ଼ ପର୍ଯ୍ୟନ୍ତ ଅଚଳ ହୋଇଯାଇଥିଲା । ଚାଲିବାକୁ ସକ୍ଷମ ହୋଇ ନ ପାରିବାରୁ ଷ୍ଟ୍ରେଚର ସାହାଯ୍ୟରେ ତାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲା। କିନ୍ତୁ ଅଚଳ ହେବା ସତ୍ତ୍ୱେ ଯୁବକ ଜଣଙ୍କ ଅଧା ଥିବା ଗେମ୍‌କୁ ଶେଷ କରିବାକୁ ଦିଅ ବୋଲି ସାଇବର କାଫେ କର୍ତ୍ତୃପକ୍ଷଙ୍କୁ ନେହୁରା ହୋଇଥିଲେ । ସୂଚନା ଅନୁଯାୟୀ, ଜାନୁଆରି ୨୭ ସଂନ୍ଧ୍ୟାରେ ଯୁବକ ଜଣଙ୍କ ଖେଳିବାକୁ ଜେହେଜିଆଙ୍ଗରେ ଥିବା ଏକ ସାଇବର କାଫେକୁ ଆସିଥିଲେ। ୨୭ ସଂନ୍ଧ୍ୟାରୁ ଜାନୁଆରି ୨୮ ମଧ୍ୟାହ୍ନ ପର୍ଯ୍ୟନ୍ତ ବିନା ବ୍ରେକ୍‌ରେ ସେ ଖେଳି ଚାଲିଥିଲେ ।

Daily Star

ଟଏଲେଟ ଯିବାକୁ ଉଠିବା ପରେ ତାଙ୍କ ଗୋଡ଼ ଆଉ ଉଠି ନ ଥିଲା । ତାଙ୍କ ଗୋଡ ପୁରାପୁରି ଅଚଳ ହୋଇ ଯାଇଥିଲେ । ଏହା ଦେଖିବା ପରେ ସାଇବର କାଫେର କର୍ତ୍ତୃପକ୍ଷ ଆମ୍ବୁଲାନ୍ସକୁ ଡ଼କାଇଥିଲେ । ଆମ୍ବୁଲାନ୍ସ ଆସିବା ପରେ ତାଙ୍କୁ ଷ୍ଟ୍ରେଚରରେ ନିଆଯାଉଥିବା ବେଳେ ତାଙ୍କର ଖେଳ ନିଶାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏତେ ସବୁ ପରେ ମଧ୍ୟ ସେ ଅଧା ରଖିଥିବା ଗେମ୍‌କୁ ପୂରା କରିବା ପାଇଁ ଦିଅ ବୋଲି ନେହୁରା ହୋଇଥିଲେ । ଏଭଳି ଏକ ଘଟଣା ପୂର୍ବ ବର୍ଷ ଚାଇନାରେ ଘଟିଥିଲା । ଜଣେ ମହିଳା ୨୪ଘଣ୍ଟା ନିଜ ଫୋନରେ ଗେମ୍‌ ଖେଳି ନିଜର ଦୃଷ୍ଟି ଶକ୍ତି ହରାଇଥିଲେ ।

ସମ୍ବନ୍ଧିତ ଖବର