ଟିକଟ ପାଇଁ ଟଙ୍କା କାରବାର ଅଭିଯୋଗକୁ ଭକ୍ତ ଦାସଙ୍କ ଖଣ୍ଡନ

ନୂଆଦିଲ୍ଲୀ : ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଟିକଟ ପାଇଁ ଟଙ୍କା କାରବାର ଅଭିଯୋଗକୁ ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ତେଲେଙ୍ଗାନା ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଖଣ୍ଡନ କରିଛନ୍ତି। ରାଙ୍ଗାରେଡ୍ଡି ଜିଲ୍ଲା କଂଗ୍ରେସ ସଭାପତି ଶ୍ୟାମା ମାଲେଶ ଅଭିଯୋଗ କରିଥିଲେ ଯେ ଟିକଟ ଦେବା ପାଇଁ ଭକ୍ତ ଦାସ ତାଙ୍କ ପୁଅ ସାଗର ଦାସଙ୍କ ଜରିଆରେ ୩ କୋଟି ଟଙ୍କା ଦାବି କରିଥିଲେ। ଏ ନେଇ ଶ୍ୟାମା ଏକ ଅଡିଓ କ୍ଲିପ୍‌ ମଧ୍ୟ ଜାରି କରିଥିଲେ। ଏହି ଅଭିଯୋଗକୁ ଆଜି ଭକ୍ତ ଖଣ୍ଡନ କରିବା ସହ ଏହା ସଂପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ବୋଲି କହିଛନ୍ତି। ଏ ବାବଦରେ ପ୍ରମାଣ ଦାଖଲ କରିବାକୁ ସେ ଅଭିଯୋଗକାରୀଙ୍କୁ ଚ୍ୟାଲେଂଜ କରିଛନ୍ତି। ଏହି ମାମଲାକୁ ନେଇ ଦଳୀୟ ଅସନ୍ତୋଷ ବଢ଼ୁଥିବାରୁ ଆବଶ୍ୟକ ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଅଭିଯୋଗର ତଦନ୍ତ କରୁ ବୋଲି ଭକ୍ତ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ କହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର