ସାଧାରଣ ବର୍ଗ ଗରିବଙ୍କ ଲାଗି ଚାକିରି ଓ ଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ ଉପରେ ରୋକ୍‌ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଲାଗି ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ। ଆର୍ଥିକ ଦୁର୍ବଳ ଶ୍ରେଣୀ ଲାଗି ଶିକ୍ଷା ଓ ଚାକିରି କ୍ଷେତ୍ରରେ  ୧୦ ପ୍ରତିଶତ ସଂରକ୍ଷଣ ଲାଗି ପାର୍ଲାମେଣ୍ଟ ପ୍ରଣୟନ କରିଥିବା ନୂଆ ଆଇନକୁ ଲାଗୁ କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶାନାମା ଜାରି କରିଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇ ଏନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିକଟରେ ସାଧାରଣବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀ ଲାଗି ୧୦ ପ୍ରତିଶତ ସଂରକ୍ଷଣ ଲାଗି ଆଇନ ପ୍ରଣୟନ କରାଯାଇଛି। ତେବେ ‘ୟୁଥ୍‌ ଆଣ୍ଡ ଇକ୍ୱାଲିଟି’ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇ ୧୦୩ତମ ସମ୍ବିଧାନ ସଂଶୋଧନ ଜରିଆରେ ପ୍ରଣୟନ ହୋଇଥିବା ନୂଆ ସଂରକ୍ଷଣ ଆଇନ ସମ୍ବିଧାନର ମୌଳିକ ଢ଼ାଞ୍ଚାକୁ କ୍ଷୁର୍ଣ୍ଣ କରିଛି ବୋଲି ଅଭିଯୋଗ କରିଛି। ଏଥିସହ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ ନେଇ କରାଯାଇଥିବା ନିର୍ଦ୍ଦେଶାନାମା ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲା।

ଏହାକୁ ବିଚାର ଲାଗି ଗ୍ରହଣ କରି ସୁପ୍ରିମକୋର୍ଟ ସ୍ଥିଗିତାଦେଶ ଦେବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର