କୋଲକାତା: ହାଓ୍ଵଡ଼ା ଓ ବଙ୍ଗାଲର ଲୋକପ୍ରିୟ ସମୁଦ୍ର ତଟ ସହର ଦିଘାଠାରେ ଶୁକ୍ରବାର ସକାଳ ପ୍ରାୟ ୧୧.୩୦ ସମୟରେ ଏକ ବିରାଟ ଦୁର୍ଘଟଣା ଘଟୁ ଘଟୁ ରହିଯାଇଛି। ହାଓ୍ଵଡା ଷ୍ଟେସନ୍ରୁ ହାଓ୍ଵଡ଼ା-ଦିଘା ଏକ୍ସପ୍ରେସ ଛାଡ଼ିବାର ମାତ୍ର ୨୦ ମିନିଟ୍ ପରେ ଏହି ଘଟଣା ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
କୋଚ୍ ତଳେ ରହିଥିବା ଟ୍ରେନ୍ର ପାଇପ୍ଟି ଛିଡ଼ି ଯାଇଥିବାକୁ ଗାର୍ଡ ଏସ୍.ଏନ୍ ରୟ ତାହାକୁ ସଜାଡ଼ିବାକ ପାଇଁ ଟ୍ରେନ୍ ତଳେ ଥିଲେ। ସେହି ସମୟୟରେ ହଠାତ ଟ୍ରେନ୍ଟି ଚାଲିବାକୁ ଆରମ୍ଭ କରିଥିଲା। ସୌଭାଗ୍ୟକୁ ଗାର୍ଡ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଗୋଟିଏ ସ୍ଥାନରେ ବସିନରହି ସେହି ଟ୍ରେନ୍ର ଏକ ଅଂଶକୁ ଧରି ଓହଳି ଓହଳି ଯାଇଥିଲେ। କିଛି ବାଟ ଗଲାପରେ ଟ୍ରେନ୍ ଅଟକିବାରୁ ଗାର୍ଡ ଜଣକ ବାହାରି ଆସିଥିଲେ। ସେ ଏବେ ସଂପୂର୍ଣ୍ଣ ସୁରକ୍ଷିତ ଥିବା ରିପୋର୍ଟ ରହିଛି।
ଘଟଣାସସ୍ଥଳରେ ଥିବା ଜଣେ ଆର୍ପିଏଫ୍ କର୍ମଚାରୀ ଚିତକାର କରିବାକୁ ଲାଗିଥିଲେ ଯେ ଟ୍ରେନ୍ ତଳେ ଜଣେ ରହିଯାଇଛନ୍ତି ବୋଲି। ତାପରେ ଟ୍ରେନ୍ ଭିତରୁ କେହି ଜଣେ ଚେନ୍ ଟାଣିବା ପରେ ଟ୍ରେନ୍ଟି ଅଟକିଥିଲା।