ଯୌତୁକ ରୂପେ ଶଶୁର ଘରୁ ୪୦ ହଜାର ଟଙ୍କା ନ ଆଣିବାରୁ ସ୍ତ୍ରୀକୁ ତିନ୍ ତଲାକ୍ ଦେଲା ସ୍ବାମୀ

ସୁରଟ: ଯୌତୁକ ରୂପେ ଶଶୁର ଘରୁ ୪୦ ହଜାର ଟଙ୍କା ଆଣିବାକୁ ନିଜ ସ୍ତ୍ରୀକୁ ବାଧ୍ୟ କରୁଥିଲା ଯୁବକ। ସେ ସେହି ଯୌତୁକ ଟଙ୍କାରେ ଏକ ରିକ୍ସା କିଣିବାକୁ ଠିକ୍ କରିଥିଲା।ମାତ୍ର ସ୍ତ୍ରୀ ସେହି ଟଙ୍କା ଆଣି ନ ପାରିବା ଫଳରେ ଗୁଜୁରାଟରେ ସେହି ମହିଳାଙ୍କୁ ତା’ର ସ୍ୱାମୀ ତିନି ତଲାକ ଦେଇଛି । ସୁରଟରେ ଏହି ଘଟଣା ଘଟିଛି ।

ବିବାହର କିଛି ଦିନ ପରେ ଯୁବକ ଜଣକ ନିଜର ୨୩ ବର୍ଷୀୟ ସ୍ତ୍ରୀକୁ ବାପ ଘରୁ ୪୦ ହଜାର ଟଙ୍କା ଆଣିବାକୁ କହିଥିଲା । ମାତ୍ର ବାପା ଗରିବ ଥିବାରୁ ଏତେ ଟଙ୍କା ଆଣିବା ତାଙ୍କ ପାଇଁ ସମ୍ଭବ ନ ଥିଲା ।

photo-ani

ସ୍ବାମୀଠାରୁ ତିନି ତଲାକ୍ ପାଇବାପରେ ମହିଳାଜଣକ ଚୌକ ବଜାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ଏସିପି ପି ଏଲ ଚୌଧୁରୀ ସୂଚନା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି । ଯୁବତୀ ଜଣକ କହିଛନ୍ତି ଯେ ତାଙ୍କୁ ନ୍ୟାୟ ମିଳିବା ଦରକାର ।

ସମ୍ବନ୍ଧିତ ଖବର