ବନ୍ଧୁତ୍ୱର ପରିଭାଷା କଣ? ଟ୍ୱିଟରରେ ଫଟୋ ପୋଷ୍ଟ କରି ବୁଝାଇଲେ ହର୍ଷ ଗୋଏଙ୍କା

ମୁମ୍ବାଇ: ବାସ୍ତବ ବନ୍ଧୁତା କଣ ହୋଇଥାଏ ? ବନ୍ଧୁତ୍ୱର ପରିଭାଷା କଣ ତାହାକୁ ଏକ ପୋଷ୍ଟ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ଆରପିଜି ଏଣ୍ଟରପ୍ରାଇଜେସର ଚେୟାରମ୍ୟାନ ତଥା ଶିଳ୍ପପତି ହର୍ଷ ଗୋଏଙ୍କା | ବାସ୍ତବରେ ସୋସିଆଲ ମିଡିଆରେ ଶିଳ୍ପପତି ହର୍ଷ ଗୋଏଙ୍କା ପ୍ରାୟ ସମୟ ସକ୍ରିୟ ରହିଥାନ୍ତି | ତେବେ ବର୍ତ୍ତମାନ ତାଙ୍କର ଏକ ଟ୍ୱିଟ୍ ଭାଇରାଲ୍ ହେଉଛି, ଯେଉଁଥିରେ ସେ ବନ୍ଧୁତ୍ୱକୁ ନେଇ ଏକ ସୁନ୍ଦର ଫଟୋଟିଏ ପୋଷ୍ଟ କରିଛନ୍ତି | ମେ ୨୩ରେ, ଆରପିଜି ଏଣ୍ଟରପ୍ରାଇଜେସର ଚେୟାରମ୍ୟାନ୍ ହର୍ଷ ଗୋଏଙ୍କା ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ‘ମୁଁ ଅନୁଭବ କରିଛି ଯେ, ଦିନକୁ ଦିନ ମୋର ବୟସ ବଢୁଥିବାବେଳେ ମୋତେ ଅନେକ ସାଙ୍ଗଙ୍କର ଆବଶ୍ୟକତା ନାହିଁ | ମୋ ପାଖରେ ଯେଉଁ କିଛି ଭଲ ସାଙ୍ଗ ଅଛନ୍ତି, ମୁଁ ସେମାନଙ୍କୁ ନେଇ ଖୁସି ଅଛି’ | ପୋଷ୍ଟରେ ଏକ ଫଟୋ ଦେଖିବାକୁ ମିଳୁଛି |


ଏହି ଫଟୋରେ ଦୁଇଟି ଅଙ୍ଗୁର ପେନ୍ଥା ଦେଖିବାକୁ ମିଳିଛି | ଗୋଟିଏ ଅଙ୍ଗୁର ପେନ୍ଥାରେ ଦୁଇରୁ ଅଧିକ ଅଙ୍ଗୁର ଥିବାବେଳେ ଏହା ପାଖରେ ଲେଖାଯାଇଛି ଯେ ଯେତେବେଳେ ମୋତେ ୧୫ ବର୍ଷ ହୋଇଥିଲା, ସେତେବେଳେ ଏତିକି ସାଙ୍ଗ ଥିଲେ | ଏହା ତଳକୁ ଆଉ ଏକ ଅଙ୍ଗୁର ପେନ୍ଥା ରହିଛି ଯେଉଁଥିରେ କେବଳ ଦୁଇଟି ଅଙ୍ଗୁର ଦେଖିବାକୁ ମିଳିଛି | ଦୁଇଟି ଅଙ୍ଗୁର ଥିବା ପେନ୍ଥା ପାଖରେ ଲେଖାଯାଇଛି ଯେ ବର୍ତ୍ତମାନ ମୋର ଏତିକି ବନ୍ଧୁ ଅଛନ୍ତି |’ ଏହି ଫଟୋ ଦେଖି ଆପଣ ନିଶ୍ଚିତ ଭାବରେ ଏହାର ଅର୍ଥ ବୁଝିପାରିଥିବେ | ସମସ୍ତଙ୍କର ଏମିତି ଏକ ବୟସ ଥାଏ, ଯେତେବେଳେ ଅନେକ ବନ୍ଧୁ ଜଣଙ୍କର ଜୀବନରେ ଥାଆନ୍ତି | କିନ୍ତୁ ଯେତେବେଳେ ଆପଣଙ୍କ ବୟସ ବଢିଥାଏ ଓ ଆପଣ ବୃଦ୍ଧତ୍ୱ ଆଡକୁ ଯାଉଥିବେ ସେତେବେଳେ କିଛି ହାତଗଣତି ବନ୍ଧୁ ଥିବେ |

ସମ୍ବନ୍ଧିତ ଖବର