ବିହାରରେ ‌ହୋଲି ଉତ୍ସବ: ହିଂସା ଓ ଦୁର୍ଘଟଣାରେ ୪୧ ମୃତ

ପାଟନ‌ା: ବିହାରରେ ହୋଲି ଉତ୍ସବ ସମୟରେ ଗତ ୨ ଦିନ ମଧ୍ୟରେ ହିଂସା ଏବଂ ଦୁର୍ଘଟଣା ଯୋଗୁଁ ୪୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୮ରୁ ଅଧିକ ଆହତ ହୋଇଛନ୍ତି। ରାଜ୍ୟରେ ହୋଲି ଉତ୍ସବ ସମୟରେ ଗତ ଦୁଇ ଦିନ ମଧ୍ୟରେ ହିଂସା ଦେଖିବାକୁ ମିଳିଛି। କେବଳ ପାଟନାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବାବ‌େଳେ ସମସ୍ତିପୁରରେ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ବକ୍ସାର୍‌ରେ ଜଣେ ମହିଳା ତାଙ୍କ ଘର ନିକଟରେ କିଛି ଅସାମାଜିକ ବ୍ୟକ୍ତି ଅଶାଳୀନ ଗୀତ ବଜାଇବାକୁ ବିରୋଧ କରିବାରୁ ତାଙ୍କୁ ଗୁଳି କରିଦିଆଯାଇଛି।

ବକ୍ସାର୍‌ ଏସ୍‌ଡିପିଓ ଗୋରଖ ରାମ କହିଛନ୍ତି, ଗୀତ ବଜାଇବାକୁ ନେଇ ବିବାଦ ହେବାରୁ ଗୁଳିକାଣ୍ଡ ହୋଇଛି। ସେହିପରି ନାଳନ୍ଦାରେ ହିଂସା ହୋଇ ୩ଟି ଘର ଜାଳି ଦିଆଯାଇଛି। ଗୟାରେ ୩ ଦଳିତ ଶିଶୁଙ୍କୁ ଜିଅନ୍ତା ଜାଳି ଦିଆଯାଇଛି। ମଧୁବନୀ ଏବଂ ସୀତାମାଢ଼ିରେ ମଧ୍ୟ ଉଭୟ ଦୁର୍ଘଟଣା ଓ ହିଂସାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଉତ୍ତର ପ୍ରଦେଶର ନଏଡାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ସଫ୍ଟ‌ୱେର ଇଂଜିନିୟରଙ୍କ ସମେତ ୭ ଜଣ ଆତ୍ମହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର