୮୭ତମ ବାୟୁସେନା ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେଲେ ସେନା, ବାୟୁସେନା ଓ ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମଙ୍ଗଳବାର ୮୭ତମ ଜୟନ୍ତୀ ପାଳନ କରୁଛିି। ୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ବାୟୁସେନାର ସୃଷ୍ଟି। ସେବେଠାରୁ ନେଇ ଏଯାବତ୍‌ ଭାରତୀୟ ବାୟୁସେନା ଦେଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିବା ସହ ବହୁ ଯୁଦ୍ଧରେ ଅବର୍ଣ୍ଣନୀୟ ଅବଦାନ ଦେଇଛି। ଯୋଗକୁ ଏଥର ବାୟୁସେନାର ସ୍ଥାପନା ଦିବସ ମାଆ ଦୁର୍ଗାଙ୍କ ବିଜୟା ଦଶମୀରେ ପଡ଼ିଛି।

ଭାରତୀୟ ବାୟୁସେନା ପକ୍ଷରୁ ଏକ ଟ୍ଵିଟ୍‌ କରାଯାଇ ସହିଦ ଏବଂ ତାଙ୍କ ପରିବାରବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହାଛଡ଼ା ଆଜି ସକାଳୁ ଭାରତୀୟ ସେନା, ବାୟୁସେନା ଓ ନୌସେନାର ମୁଖ୍ୟ ବିପିନ ରାଓ୍ଵତ, ଆର୍‌କେଏସ୍‌ ଭଦୁରିଆ, ଆଡ୍‌ମିରାଲ୍‌ କବୀର ସିଂହ ଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସମ୍ବନ୍ଧିତ ଖବର