କଶ୍ମୀରରେ ଅତିରିକ୍ତ ୧୦ ହଜାର ଅର୍ଦ୍ଧସାମରିକ ବଳ ମୁତୟନ ଆଦେଶକୁ ବିଳମ୍ବିତ ରାତ୍ରୀରେ ଅନୁମୋଦନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଅତିରିକ୍ତ ୧୦୦ କମ୍ପାନି ଅର୍ଦ୍ଧସାମରିକ ବଳ ଫୋର୍ସ ମୁତୟନ କରାଯିବା ଆଦେଶକୁ ଶୁକ୍ରବାର ରାତିରେ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି।

ଜମ୍ମୁ ଓ କଶ୍ମୀର ମୁଖ୍ୟ ସଚିବଙ୍କୁ ନିର୍ଦେଶିତ ଗୃହ ମନ୍ତ୍ରାଳୟର ପ୍ରେରିତ ଆଦେଶରେ ଉଲ୍ଲେଖ ଅଛି ଯେ ଅତିରିକ୍ତ ଫୋର୍ସ ମୁତୟନ ଉପତ୍ୟକାରେ ଅନୁପ୍ରବେଶକୁ ରୋକିବାରେ କାର୍ଯ୍ୟ କରୁଥିବା  କାଉଣ୍ଟର୍‌ ଇନ୍‌ସର୍ଜେଣ୍ଟ୍‌ ଗ୍ରିଡ୍‌କୁ ମଜଭୁତ କରିବାରେ ସହାୟକ ହେବ ଓ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବେ।

ଏଥିରେ ଦର୍ଶାଯାଇଛି ଯେ  ୫୦ ଅତିରିକ୍ତ କମ୍ପାନି ସିଆର୍‌ପିଏଫ୍‌, ୩୦ କମ୍ପାନି ଏସ୍‌ଏସ୍‌ବି, ଏବଂ ବିଏସ୍‌ଏଫ୍‌ ଏବଂ ଆଇଟିବିପିରୁ ୧୦ କମ୍ପାନି  ମୁତୟନ କରାଯିବ।

Image source: One India

ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ କଶ୍ମୀରରୁ ଫେରିବାର ଅଳ୍ପ ଦିନ ପରେ ଅତିରିକ୍ତ ସେନା ପଠାଇବା ନିଷ୍ପତ୍ତି ନିଆଯାଇଥିଲା।
ରାଷ୍ଟ୍ରପତି ଶାସନାଧୀନ ଥିବା ଜମ୍ମୁ ଓ କଶ୍ମୀରରେ ଏହି ସଦ୍ୟ ସୈନ୍ୟ ମୁତୟନ ନିରାପତ୍ତା ପରିସ୍ଥିତି ବଢ଼ାଇବ।

ଫେବ୍ରୁଆରି ମାସରେ ମଧ୍ୟ ବିମାନ ଯୋଗେ ଉପତ୍ୟକାକୁ ପ୍ରାୟ ୧୦୦ କମ୍ପାନି ସୈନ୍ୟ ପଠାଯାଇଥିଲା।

ସମ୍ବନ୍ଧିତ ଖବର