ନଏଡ଼ାରେ ଦିନକରେ ୩୩ ଶିଶୁ ସଂକ୍ରମିତ: ଲଗାତାର ୨ ଦିନ ଧରି ଦିଲ୍ଲୀରେ ଦୈନିକ ସଂକ୍ରମଣ ୫୦୦ ଉପରେ

ପଜିଟିଭ୍‌ ହାର ୭ ପ୍ରତିଶତ ଟପିଲା

ନଏଡ଼ା: ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରେ ଆଜି ୧୦୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରେ ୩୩ ଶିଶୁ ଅଛନ୍ତି। ନଏଡ଼ା‌ରେ ଶିଶୁଙ୍କ ମଧ୍ୟରେ ସଂକ୍ରମଣ ବଢ଼ିବାରୁ ଚିନ୍ତା ବଢ଼ିଛି। ଅନ୍ୟପକ୍ଷେ ଦିଲ୍ଲୀରେ ଲଗାତାର ଦ୍ବିତୀୟ ଦିନରେ ଦୈନିକ ସଂକ୍ରମଣ ୫୦୦ ଉପରେ ରହିଛି। ଦିଲ୍ଲୀରେ ଆଜି ୬୦୦ରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ପଜିଟିଭ୍‌ ହାର ୭.୭୨ ପ୍ରତିଶତ। କିନ୍ତୁ ଗତ ରବିବାର ଦିନ ଦିଲ୍ଲୀରେ ପଜିଟିଭ୍‌ ହାର ୪.୨୧ ପ୍ରତିଶତ ଥିଲା। ଦେଶରେ ଆଜି ୧୨୪୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୪୩ ପ୍ରତିଶତ ହ୍ରାସ ହୋଇଛି। ଗତକାଲି ଦେଶରେ ୨୧୮୩ ନୂଆ ମାମଲା ଚିହ୍ନଟ ହୋଇଥିଲା। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୪୫,୫୨୭କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର