ପ୍ରତି ନିୟୁତରେ ସର୍ବନିମ୍ନ କୋଭିଡ୍‌ ମାମଲା ଥିବା ଦେଶମାନଙ୍କ ମଧ୍ୟରେ ଭାରତ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସକ୍ରିୟ ସଂକ୍ରମଣ ମାମଲା ହ୍ରାସ ପାଉଥିବାରୁ ଭାରତ ପ୍ରତି ନିୟୁତରେ ସର୍ବନିମ୍ନ ସଂକ୍ରମଣ ମାମଲା ଥିବା ବିଶ୍ବର ଅନ୍ୟାନ୍ୟ ଦେଶମାନଙ୍କ ମଧ୍ୟରେ ରହିଥିବା କଥା ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏବେ ଭାରତର ପ୍ରତି ନିୟୁତରେ ହାରାହାରି ସଂକ୍ରମଣ ମାମଲା ହେଉଛି ୫, ୯୩୦।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, ଲଗାତାର ତିନି ଦିନ ହେବ ଭାରତରେ ସକ୍ରିୟ କୋଭିଡ୍‌-୧୯ ମାମଲା ୬ ଲକ୍ଷ ତଳକୁ ରହିଛି। ଏହା ହେଉଛି ସମୁଦାୟ ସକ୍ରିୟ ମାମଲାର ମାତ୍ର ୬.୯୭%।

Image Courtesy of The Times of India

୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ସକ୍ରିୟ ସଂକ୍ରମଣ ସଂଖ୍ୟା ଦ୍ରୁତ ହ୍ରାସ ପାଇଥିବା କଥା ଉଲ୍ଲେଖ କରି ମନ୍ତ୍ରାଳୟ କହିଛି, କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ନିଷ୍ଠାପର ଉଦ୍ୟମ ଓ କ୍ରମ ଅଗ୍ରଗତିରେ ଭିନ୍ନତା ଯୋଗୁଁ ସମୁଦାୟ ସକ୍ରିୟ ସଂକ୍ରମଣ ମାମଲା ରେଖାରେ ଭିନ୍ନତା ଦେଖା ଦେଉଛି।

ସତରଟି ରାଜ୍ୟ ଓ‌ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ୍‌-୧୯ ମାମଲା ଜାତୀୟ ହାର ଠାରୁ କମ୍‌ ରହିଛି। ସମ୍ପ୍ରତି ଦେଶରେ ୫,୭୦, ୪୫୮ ସକ୍ରିୟ କରୋନାଭାଇରସ୍ ସଂକ୍ରମଣ ମାମଲା ରହିଛି।

ସମ୍ବନ୍ଧିତ ଖବର