ଚୀନ୍‌ ସୀମାରେ ଅଧିକ ସୈନ୍ୟ ଠୁଳ କଲା ଭାରତ, ଅରୁଣାଚଳରେ ବଢ଼ୁଛି ଚାପା ଉତ୍ତେଜନା!

ଇଟାନଗର : ଭାରତ-ଚୀନ୍‌ ମଧ୍ୟରେ ଡ଼ୋକ୍‌ଲାମ୍‌ ଉତ୍ତେଜନାର ଅବସାନ ପରେ ଅରୁଣାଚଳପ୍ରଦେଶ ଓ ତିବ୍ଦତ ଅନ୍ତର୍ଗତ ଭାରତୀୟ ସୀମା ନିକଟରେ ସାମରିକ କାର୍ଯ୍ୟକଳାପ ବଢ଼ାଇଛି ଚୀନ୍‌। ଏହାର ମୁକାବିଲା ଲାଗି ଭାରତ ପକ୍ଷରୁ ଅଧିକ ସେନା ମୁତୟନ କରାଯାଇଛି। ଚୀନ୍‌ ସୀମାରେ ସେନା ମୁତୟନ ବୃଦ୍ଧି କରିବା ସହ ଦିବାଙ୍ଗ୍‌,ଦଉ-ଦେଲାଇ ଏବଂ ଲୋହିତ ଉପତ୍ୟକାରେ ଭାରତ ପକ୍ଷରୁ ପାଟ୍ରୋଲିଂକୁ ମଧ୍ୟ ତ୍ୱରାନ୍ଵିତ କରାଯାଇଛି। ଉଲ୍ଲେଖଯୋଗ୍ୟ କି କିଛିଦିନ ତଳେ ଚୀନ ପକ୍ଷରୁ ଡ଼ୋକ୍‌ଲାମ୍‌ ନିକଟରେ ପୁଣି ସାମରିକ କାର୍ଯ୍ୟକଳାପର ଖବର ଆସିଥିଲା।

ଜନୈକ ସେନା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ କି ତିବ୍ଦତ ଅଞ୍ଚଳରେ ଭାରତୀୟ ସୀମାରେ ସେନା ପକ୍ଷରୁ ଅପରପକ୍ଷର ଗତିବିଧି ଉପରେ ଦୃଷ୍ଟି ରଖିବା ଲାଗି ପାଟ୍ରୋଲିଂ ଜୋର୍‌ଦାର୍‌ କରାଯାଇଛି। ସୀମା ଆରପଟେ ଚୀନ୍‌ ସେନା କ’ଣ କରୁଛି ତାହା ଉପରେ ନଜର ରଖିବା ଲାଗି ଚୋପର୍‌ (ହେଲିକପ୍ଟର୍‌) ବ୍ୟବହାର କରାଯାଇ ରେକି କରାଯାଇଛି । ସେନାପକ୍ଷରୁ ତିବ୍ଦତ ଅଞ୍ଚଳରୁ ସ୍ପର୍ଶ କାତର ବିବେଚନା କରାଯାଉଛି।

/www.livemint.com

ଏହି ଅଞ୍ଚଳର ଭୌଗଳିକ ଅବସ୍ଥିତି ଚୀନ୍‌କୁ ସୁହାଉଛି। ସମୁଦ୍ର ପତ୍ତନର ୧୭,୦୦ଫୁଟ ଉଚ୍ଚରେ ଅବସ୍ଥିତ ଏହି ଅଞ୍ଚଳ ବରଫାବୃତ୍ତ ପର୍ବତମାଳା ଓ ପାହାଡ଼ିଆ ନଦୀରେ ପରିପୂର୍ଣ୍ଣ।ଯାହାଦ୍ୱାରା ଭାରତୀୟ ସୀମାର ଦିବାଙ୍ଗ, ଦାଉ-ଦେଲାଇ ଏବଂ ଲୋହିତ ଉପତ୍ୟକାରେ ଚୀନ୍‌ ସେନା ବଙ୍କର ଓ ରାସ୍ତାଘାଟ ନିର୍ମାଣର ସୁବିଧା ପାଉଛି।

ଡ଼ୋକ୍‌ଲାମ୍‌ରେ ଭାରତ ଓ ଚୀନ୍‌ ସେନା ଦୀର୍ଘ ୭୩ ଦିନ ମୁହାଁମୁହିଁ ଅବସ୍ଥାରେ ରହିବା ପେର ଅଚଳାବସ୍ଥା ଟଳିଥିଲା। ମାତ୍ର ସେହି ଘଟଣା ପରଠାରୁ ଚୀନ୍‌ ଭାରତୀୟ ସୀମାରେ ସାମରିକ ଗତିବିଧି ତ୍ୱରାନ୍ଵିତ କରିଛି।

ସମ୍ବନ୍ଧିତ ଖବର