ନୂଆଦିଲ୍ଲୀ: .ଦେଶରେ କରୋନା ଥମିବାର ନାମ ନେଉ ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ପାଖାପାଖି ୭୦,୦୦୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଅଗଷ୍ଟ ୨୨ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୯ ୭୫ ୭୦୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୨୨୨୫୭୭ ଜଣ ସୁସ୍ଥ ହୋଇଥିବା ବେଳେ ୫୫୭୯୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୯୮୭୮ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୯୭୩୩୦ ରହିଛି। ଗତ ୨୪ ଘଣ୍ଟାରେ ୯୪୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଦେଶରେ କରୋନା ଜନିତ ସମୁଦାୟ ମୃତ୍ୟୁ ସଂଖ୍ୟା ୫୫୭୯୪ରେ ପହଞ୍ଚିଛି।

ଦେଶରେ ଦିନକୁ ଦିନ ଅଧିକରୁ ଅଧିକ କରୋନା ପରୀକ୍ଷଣ କରାଯାଉଛି। ଗୋଟାଏ ଦିନରେ ୧୦ ଲକ୍ଷ କରୋନା ପରୀକ୍ଷଣ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
COVID-19 Testing Update . For more details visit: https://t.co/dI1pqvXAsZ @MoHFW_INDIA @DeptHealthRes #ICMRFIGHTSCOVID19 #IndiaFightsCOVID19 #CoronaUpdatesInIndia #COVID19 pic.twitter.com/uJeWpo7VBb
— ICMR (@ICMRDELHI) August 22, 2020
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆଇସିଏମ୍ଆର୍ ଦେଇଥିବା ରିପୋର୍ଟ ମୁତାବକ, ଅଗଷ୍ଟ ୨୧ ତାରିଖ ସୁଦ୍ଧା ଦେଶରେ ସମୁଦାୟ ୩.୪୪ କୋଟି କରୋନା ପରୀକ୍ଷଣ ହୋଇ ସାରିଲାଣି। ଶୁକ୍ରବାର ଦିନ ପୂରା ଦେଶରେ ସର୍ବାଧିକ ୧୦୨୩୮୩୬ ନମୁନା ପରୀକ୍ଷା ହୋଇଥିଲା।
India crosses the milestone of 1 million #COVID19 tests a day.
More than 10 lakh people tested in the last 24 hours. pic.twitter.com/McUcc1JbZJ
— Ministry of Health (@MoHFW_INDIA) August 22, 2020
ଉଲ୍ଲେଖଯୋଗ୍ୟ, ଏବେ ସୁଦ୍ଧା ପୂରା ବିଶ୍ବରେ ୨୨, ୪୯୨, ୩୧୨ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ କରୋନା ଜନିତ ସମୁଦାୟ ୭୮୮,୫୦୩ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସୂଚନା ଦେଇଛି।