ମାଳଦ୍ୱୀପକୁ ସାହାଯ୍ୟର ହାତ ବଢାଇଲା ଭାରତ

ନୂଆଦିଲ୍ଲୀ : ଭାରତ ସବୁବେଳେ କ୍ଷୁଦ୍ର ଦ୍ୱୀପ ଦେଶ ମାଳଦ୍ୱୀପର ବିପଦର ବନ୍ଧୁ ହୋଇ ରହିଆସିଛି । କିନ୍ତୁ ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନଙ୍କ ସମୟରେ ଏହି ସମ୍ପର୍କ କିଛିଟା ଖରାପ ହୋଇଯାଇଥିଲା । ଚୀନ ଦ୍ୱାରା ନିୟନ୍ତ୍ରିତ ହୋଇ ସେ ଭାରତ ପ୍ରତି ଶତ୍ରୁତା ଆଚରଣ କରିବାକୁ ଆରମ୍ଭ କରିଦେଇଥିଲେ । ଏବେ ସେହି ଖରାପ ସମୟ ଚାଲିଯାଇଛି । ଚୀନର ଋଣ ଜାଲରେ ପଡିଥିବା ମାଳଦ୍ୱୀପ ପୁଣି ଥରେ ଭାରତର ସହାୟତା ଲୋଡିଛି । ଏହି ବିପଦ ସମୟରେ ଭାରତ ସରକାର ମଧ୍ୟ ନିଜର ଏହି କ୍ଷୁଦ୍ର ପଡୋଶୀ ପ୍ରତି ସାହାଯ୍ୟର ହାତ ବଢାଇଛନ୍ତି । ଭାରତର ଏହି ସହାୟତା ସଂପର୍କରେ ମାଳଦ୍ୱୀପର ବିଦେଶ ମନ୍ତ୍ରୀ ଅବୁଲ୍ଲା ସାହିଦ ସୂଚନା ଦେଇଛନ୍ତି ।

ଭାରତ ମହାସାଗରରେ ଥିବା ଦ୍ୱୀପ ଦେଶ ମାଳଦ୍ୱୀପରେ ନିକଟ ଅତୀତରେ କ୍ଷମତା ପରିବର୍ତ୍ତନ ହୋଇଛି । ଏହି କ୍ଷୁଦ୍ର ଦେଶ ପୂର୍ବ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ଅବଦୁଲ୍ଲା ୟମିନଙ୍କ କବଳରୁ ମୁକ୍ତ ହୋଇ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ନୂଆ ରାଷ୍ଟ୍ରପତି ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ଶାସନାଧୀନ ହୋଇଛି ।

କିନ୍ତୁ ପୂର୍ବ ରାଷ୍ଟ୍ରପତିଙ୍କ ଅମଳରେ ଚୀନ ସଂପୂର୍ଣ୍ଣ ଭାବେ ଏହି ଦେଶ ଉପରେ ପ୍ରଭାବ ବିସ୍ତାର କରିଥିଲା । ଏହା ଫଳରେ ଏହି ଦେଶ ଏବେ ଚୀନର ଋଣ ଯନ୍ତାରେ ପଡି ଛଟପଟ ହେଉଛି । ନୂଆ ସରକାର ଆସିବା ପରେ ଏବେ ଏହି ସଂକଟରୁ ମୁକ୍ତ ହେବା ପାଇଁ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହାୟତା ଲୋଡିଥିଲା ।

ସମ୍ବନ୍ଧିତ ଖବର