ଭାରତକୁ ୩ ବର୍ଷରେ ମିଳିବ ଥିଏଟର୍‌ କମାଣ୍ଡ୍‌, ସେନାରେ ହେବ ବଡ଼ ପୁନର୍ଗଠନ

ନୂଆଦିଲ୍ଲୀ: ଭାରତୀୟ ବାୟୁସୀମାରେ ସମସ୍ତ ଅପରେସନକୁ ସଂଚାଳନ କରିବା ଏବଂ ଭାରତ ମହାସାଗରର ନିକଟବର୍ତ୍ତୀ ଅଂଚଳରେ ସମସ୍ତ ନୌସେନା ଅଭିଯାନକୁ ତଦାରଖ କରିବା ପାଇଁ ସଶସ୍ତ୍ର ବାହିନୀ ଦ୍ବାରା ଏକ ଉପଦ୍ବୀପ କମାଣ୍ଡ ଗଠନ ହେବ। ଏହା ସହିତ ସୈନ୍ୟବାହିନର ସେବା, ଯୁଦ୍ଧାସ୍ତ୍ର ଓ ଯନ୍ତ୍ରପାତିର ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ମଧ୍ୟ ଏକ ‘ଲଜିଷ୍ଟିକ୍‌ କମାଣ୍ଡ’ ଗଠନ କରାଯିବ ବୋଲି ଦେଶର ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‌) ଜେନେରାଲ ବିପିନ ରାୱତ ଆଜି କହିଛନ୍ତି । ବାୟୁସେନା, ନୌସେନା ଏବଂ ସ୍ଥଳସେନାର ଏହି କମାଣ୍ଡ୍‌ ସଂଚାଳନ ଦାୟିତ୍ବରେ ଥିବା କମାଣ୍ଡରମାନେ ନିଜ ନିଜ ସେବାର ମୁଖ୍ୟମାନଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହି ସମନ୍ବିତ ମିଳିତ କମାଣ୍ଡ (ଥିଏଟର୍‌ କମାଣ୍ଡ) ତିନି ବର୍ଷ ମଧ୍ୟରେ ଭାରତକୁ ମିଳିବ ବୋଲି ଦେଶର ପ୍ରଥମ ସିଡିଏସ୍‌ ରାୱତ କହିଛନ୍ତି।

ସମ୍ବନ୍ଧିତ ଖବର