ବାୟୁସେନାକୁ ଏକ ଏରୋସ୍ପେଶ୍ ଫୋର୍ସରେ ପରିବର୍ତ୍ତନ କରାଯିବ

ନୂଆଦିଲ୍ଲୀ : ଦୀର୍ଘ ସମୟ ଧରି ଚାଲୁଥିବା ଯୁଦ୍ଧ  ପାଇଁ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି ବୋଲି ଭାରତୀୟ ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଭି.ଆର.ଚୌଧୁରୀ କହିଛନ୍ତି । ସେ କହିଛନ୍ତି ଯେ ଭବିଷ୍ୟତ ଯୁଦ୍ଧ ପାଇଁ ଭାରତୀୟ ବାୟୁ ସେନାକୁ ଏକ ଏରୋସ୍ପେଶ ଫୋର୍ସରେ ପରିଣତ କରିବାକୁ ଯୋଜନା କରାଯାଉଛି ।

କିଛି ବର୍ଷ ପୂର୍ବରେ ସ୍ବଳ୍ପ ଅବଧି ପାଇଁ ଚାଲୁଥିବା ଯୁଦ୍ଧ ଉପରେ ଗୁରୁତ୍ବ ଦିଆଯାଉଥିବାବେଳେ ୟୁକ୍ରେନ ଯୁଦ୍ଧ ସେହି ଧାରଣାକୁ ବଦଳାଇଦେଇଛି । ଦୀର୍ଘ ସମୟ ଧରି ଚାଲୁଥିବା ଯୁଦ୍ଧ ପାଇଁ ବି ଯୋଜନା କରିବାକୁ ପଡ଼ିବ, ପ୍ରସ୍ତୁତ ରହିବାକୁ ପଡ଼ିବ । ଏଥିପାଇଁ ଆମକୁ ରଣକୌଶଳ, ଲଜିଷ୍ଟିକ୍ସ ଓ ଟେକନଲୋଜୀ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଆଜତକ୍ ଏଜେଣ୍ଡା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛି ବାୟୁସେନାର ପ୍ରସ୍ତୁତି ହେଉଛି ଆମ ସୁବିଧା ଓ ଅସ୍ତ୍ରମାଧ୍ୟମରେ ଶତ୍ରୁ ଉପରେ ଆକ୍ରମଣ । ୟୁକ୍ରେନ ଯୁଦ୍ଧ ଆମକୁ ଶିଖାଇ ଦେଇଛି ଯେ, ଗୋଟିଏ ଯୁଦ୍ଧ କ୍ଷେତ୍ର ଉପରେ ବାୟୁସେନାର ନିୟନ୍ତ୍ରଣ କେତେ ଜରୁରୀ ।

ପୂର୍ବରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନୌସେନା ମୁଖ୍ୟ ଆଡମିରାଲ ଆର. ହରି କୁମାର କହିଥିଲେ ଯେ ନୌସେନାରେ ଥିବା କେତେକ ବ୍ରିଟିଶ ଅମଳର ପଦବୀରେ ପରିବର୍ତ୍ତନ କରାଯିବ ।

 

 

 

ସମ୍ବନ୍ଧିତ ଖବର