ଯାତ୍ରୀଙ୍କୁ ଇଣ୍ଡିଗୋ ଏୟାରଲାଇନ୍‌ସ କର୍ମଚାରୀଙ୍କ ମାରପିଟ୍‌

ନୂଆଦିଲ୍ଲୀ:ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋ ଏୟାରଲାଇନ୍‌୍‌ସ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ଦ୍ୱାରା ଜଣେ ଯାତ୍ରୀଙ୍କୁ ମାର୍‌ପିଟ ମାମଲା ଆଲୋଡ଼ନ ସୃଷ୍ଟି କରିଛି। ଏ ସଂପର୍କିତ ଭିଡିଓ ଗଣମାଧ୍ୟମରେ ପ୍ରସାରଣ ହେବାପରେ ଆଜି ଇଣ୍ଡିଗୋ ସଭାପତି ଆଦିତ୍ୟ ଘୋଷ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ବିସ୍ତତ ରିପୋର୍ଟ ଦେବା ସହ ଏ ବାବଦରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିପାଇଁ ଦାୟୀ କର୍ମଚାରୀଙ୍କୁ ତୁରନ୍ତ ବହିଷ୍କାର କରାଯାଇଥିବା ସେ କହିଛନ୍ତି। ତେବେ ବିମାନ ବନ୍ଦରରେ କର୍ମଚାରୀଙ୍କୁ ଉସୁକାଇ ଯାତ୍ରୀଙ୍କୁ ଆକ୍ରମଣ କରିବା ପଛରେ ଇଣ୍ଡିଗୋରୁ ବହିଷ୍କୃତ ହୋଇଥିବା ଜଣେ ପୂର୍ବ କର୍ମଚାରୀଙ୍କ ହାତଥିବା କୁହାଯାଇଛି । ସେ ଯାତ୍ରୀଙ୍କୁ ମାରିବା ପାଇଁ ଉସୁକାଇଥିଲେ ଏବଂ ଏହାର ଭିଡିଓ ସୁଟି କରିଥିଲେ ବୋଲି ଇଣ୍ଡିଗୋ ପକ୍ଷରୁ ସଫେଇରେ କୁହାଯାଇଛି ।

ସମ୍ବନ୍ଧିତ ଖବର