ଝାଡ଼ଖଣ୍ଡ: ସ୍କୁଲ୍‌ ପ୍ରାର୍ଥନା ସମୟରେ ଟଳିପଡ଼ିଲେ ୬ ବର୍ଷୀୟା ଛାତ୍ରୀ, ହୃଦ୍‌ଘାତରେ ମୃତ୍ୟୁ

ରାଞ୍ଚି: ଝାଡ଼ଖଣ୍ଡର ଏକ ସ୍କୁଲ୍‌ରେ ପ୍ରାର୍ଥନା ଚାଲୁଥିବା ବେଳେ ହୃଦ୍‌ଘାତରେ ଜଣେ ୬ ବର୍ଷୀୟା ନାବାଳିକାର ମୃତ୍ୟୁ ଘଟିଛି। ଜାମସେଦପୁରର ଟେଲ୍‌କୋ ଅଞ୍ଚଳରେ ଥିବା ଶିକ୍ଷା ନିକେତନ ସ୍କୁଲ୍‌ରେ ଏପରି ଘଟିଛି। ମୃତକ ଛାତ୍ରୀ ଜଣକ ହେଉଛନ୍ତି ବୈଷ୍ଣବୀ ଝା। ଝିଅଟି ସ୍କୁଲ ଆସିବା ବେଳକୁ ସଂପୂର୍ଣ୍ଣ ସୁସ୍ଥ ଥିବା ବେଳେ ଅଚାନକ ଏପରି ଅଘଟଣ ସଭିଙ୍କୁ ଚକିତ କରିଛି।

Times of India

ମଙ୍ଗଳବାର ସ୍କୁଲ୍‌ରେ ପ୍ରାର୍ଥନା ହେଉଥିବା ବେଳେ ବୈଷ୍ଣବୀ ଧାଡ଼ିରେ ଛିଡ଼ା ହୋଇଥିଲା। ହଠାତ୍‌ ସେଠାରେ ଟଳି ପଡ଼ିଲା। ସଙ୍ଗେ ସଙ୍ଗେ ଶିକ୍ଷକ ଧାଇଁ ଆସି ତାଙ୍କୁ ଟାଟା ମୋଟର୍ସ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍କୁଲ୍‌ ପ୍ରିନ୍ସିପାଲ୍‌ ସୁନିତା ଦେ କହନ୍ତି, ‘ଘଟଣା ଘଟିବା ପରେ ପରେ ହିଁ କାଳବିଳମ୍ବ ନକରି ଆମେ ବୈଷ୍ଣବୀକୁ ହସ୍ପିଟାଲ୍‌କୁ ନେଇ ଯାଇଥିଲୁ। ମାତ୍ର ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ଦୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ବୈଷ୍ଣବୀଙ୍କ ପାଇଁ ୨ ମିନିଟ୍‌ ନୀରବ ପ୍ରାର୍ଥନା କରିବା ସହ ଗୋଟାଏ ଦିନ ସ୍କୁଲ୍‌ ଛୁଟି କରି ଦିଆଯାଇଛି।

ସମ୍ବନ୍ଧିତ ଖବର