ଜେଏନୟୁ ଦେଶଦ୍ରୋହ ମାମଲା : କହ୍ନେୟା କୁମାରଙ୍କୁ ଦିଲ୍ଲୀ କୋର୍ଟର ସମନ୍‌

ନୂଆଦିଲ୍ଲୀ : ଜେଏନୟୁ ଦେଶଦ୍ରୋହ ମାମଲାରେ ଦିଲ୍ଲୀର ଏକ କୋର୍ଟ ସିପିଏମ୍ ନେତା କହ୍ନେୟା କୁମାରଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ସମନ୍ ଜାରି କରିଛି। ଦିଲ୍ଲୀ ପୁଲିସ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଆଧାରରେ ଅଦାଲତ ସୋମବାର ଏହି ସମନ୍‌ ପଠାଇଛନ୍ତି। ଜେଏନୟୁ ଛାତ୍ର ସଂସଦର ନେତା କହ୍ନେୟା କୁମାର ଓ ଅନ୍ୟମାନେ ବିଶ୍ବବିଦ୍ୟାଳୟ ପରିସରରେ ୨୦୧୬ ଫେବ୍ରୁଆରି ୯ ତାରିଖରେ ଶୋଭାଯାତ୍ରା କରିବା ସହ ଦେଶବିରୋଧୀ ସ୍ଳୋଗାନ ଦେଇଥିଲେ। ସଂସଦ ଆକ୍ରମଣ ଘଟଣାରେ ଫାଶୀ ପାଇଥିବା ଅଫଜଲ ଗୁରୁଙ୍କ ସ୍ମୃତିରେ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର