ଏଭଳି ଅଯୋଗ୍ୟ ପୁଅ ରହିଲେ ଘର ଚଳିବ କେମିତି? ମୋଦୀଜୀଙ୍କୁ ନେଇ ଖଡ଼ଗେଙ୍କ ପୁଅଙ୍କ ବୟାନ

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପରସ୍ପରକୁ ଟାର୍ଗେଟ କରିବା କାମ ଜୋରସୋରରେ ଆରମ୍ଭ କରିଛନ୍ତି ବିଭିନ୍ନ ଦଳ। କିଛି ଦିନ ତ‌ଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବିଷଧର ସାପ କହିଥିବା ବେଳେ ଏବେ ତାଙ୍କ ପୁଅ ପ୍ରିୟାଙ୍କ ଖଡ଼ଗେ ମୋଦୀଜୀଙ୍କୁ ଅଯୋଗ୍ୟ ବୋଲି କହିଛନ୍ତି। ତାଙ୍କର ଏଭଳି ବୟାନ ପରେ କର୍ଣ୍ଣାଟକର ରାଜନୀତି ପୁଣି ଥରେ ସରଗରମ ହୋଇଛି। କଲବୁର୍ଗିରେ ବଞ୍ଜାରା ସମ୍ପ୍ରଦାୟର ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରିୟାଙ୍କ  କହିଛନ୍ତି ଯେ ‘ଏଭଳି ଅଯୋଗ୍ୟ ପୁଅ ରହିଲେ ଘର ଚଳିବ କେମିତି?

କର୍ଣ୍ଣାଟକ ନିର୍ବାଚନରେ ​​ବିବାଦୀୟ ବିବୃତିର ଆରମ୍ଭ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କଠାରୁ ହୋଇଥିଲା। ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ବିଷାକ୍ତ ସାପ ବୋଲି କହିଥିଲେ। ଖଡ଼ଗେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ବିଷଧର ସାପ ସଦୃଶ। ଆପଣ ଯଦି ସାପର ବିଷକୁ ଚାଟିବେ ତେବେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ। ଏଭଳି ଆପତ୍ତିଜନକ ବୟାନ ନେଇ ବିବାଦ ବଢ଼ିବା ପରେ ଖଡ଼ଗେ କହିଥିଲେ, ମୁଁ ଦେଇଥିବା ଟିପ୍ପଣୀ ‌ମୋଦୀଙ୍କ ଉଦ୍ଦେଶ୍ୟରେ ନଥିଲା। ବିଜେପିର ବିଚାରଧାରା ସାପ ସଦୃଶ ବୋଲି ମୁଁ କହିଛି। ବ୍ୟକ୍ତିଗତ ଭାବେ ମୁଁ ମୋଦୀଙ୍କୁ କିଛି କହିନି ବୋଲି ଖଡ଼ଗେ ସଫେଇ ଦେଇଥିଲେ। ହେଲେ ଏବେ ତାଙ୍କ ପୁଅ ମୋଦୀଜୀଙ୍କୁ ଅଯୋଗ୍ୟ କହିବା ପରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର