କେରଳ ପଞ୍ଚାୟତ ଓ ପୌର ନିର୍ବାଚନରେ ବାମ ଦଳର ଆଧିପତ୍ୟ, କିନ୍ତୁ ସାବରିମାଲାରେ ବିଜେପିର ବିଜୟ

ତିରୁଅନନ୍ତପୁରମ  : କେରଳରେ ହୋଇଥିବା ପଞ୍ଚାୟତ ଓ ପୌରସଂସ୍ଥା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ସ୍ଥାନୀୟ ନିର୍ବାଚନ ହେଲେ ବି ଏହା ଉପରେ ସାରା ଦେଶର ନଜର ରହିଛି । କାରଣ ଆସନ୍ତା ବର୍ଷ ଏପ୍ରିଲ-ମେ ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଫଳରେ ଏହି ପଞ୍ଚାୟତ ନିର୍ବାଚନର ଗୁରୁତ୍ବ ବଢିଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଫଳାଫଳ ଅନୁସାରେ ମୋଟ ୯୪୧ଟି ପଞ୍ଚାୟତ ମଧ୍ୟରୁ  ଶାସକ ବାମଦଳ (ଏଲଡିଏଫ) ୫୧୪ ଟିରେ ଆଗୁଆ ରହିଛି । ଏଲଡିଏଫ ୩୫ଟି ମ୍ୟୁନିସିପାଲିଟି ଓ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ୪୫ଟି ଆସନରେ ଆଗୁଆ ରହିଛି ବା ବିଜୟ ହାସଲ କରିଛି । ବିଜେପି ନେତୃତ୍ବାଧୀନ ଏନଡିଏ ଏହି ନିର୍ବାଚନରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛି । ଏନଡିଏ ୨୩ଟି ପଞ୍ଚାୟତ ଓ ୨ଟି ମ୍ୟୁନିସିପାଲିଟିରେ ଅଗୁଆ ଅଛି ବା ବିଜୟ ହାସଲ କରିଛି । ତେବେ ବିଜେପି କେତେକ ଗୁରୁତ୍ବପୂର୍ଣ୍ଣ ଆସନରେ ବିଜୟ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ବିଜେପି ଗୁରୁତ୍ବପୂର୍ଣ୍ଣ ପାଣ୍ଡଲମ ପୌର ପରିଷଦରେ ବିଜୟ ହାସଲ କରିଛି । ଏହି ଆସନରେ ବିଜେପିର ବିଜୟ ଏକ ନୈତିକ ବିଜୟ ଆଣିଦେଇଛି । କାରଣ ଏହି ପୌରପରିଷଦଟି ପ୍ରଥନମିଠିଟ୍ଟା ଜିଲ୍ଲାରେ ଆସୁଛି । ଏହି  ପୌର ପରିଷଦ ଅଧିନରେ ହିଁ କେରଳର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ସାବରିମାଲା ଆସୁଛି । ଏହା ଛଡ଼ା ବିଜେପି ପଲକ୍କଡ ମ୍ୟୁନିସିପାଲିଟିରେ ଜିତିଛି ।

ସମ୍ବନ୍ଧିତ ଖବର