ଲକ୍ଷ୍ମଣ ଝୁଲାରେ ଗାଡ଼ି ଚଳାଚଳ ବନ୍ଦ ହେଲା

ଋଷିକେଶ (ଉତ୍ତରାଖଣ୍ଡ): ଋଷିକେଶସ୍ଥିତ ଐତିହାସିକ ଲକ୍ଷ୍ମଣ ଝୁଲାରେ ରବିବାରଠାରୁ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ତେବେ ଏଥିରେ ସୀମିତ ସଂଖ୍ୟାରେ ଯାତ୍ରୀ ପାଦରେ ଯିବାଆସିବା କରିପାରିବେ। ଏହି ଝୁଲା ପୋଲ ୧୯୨୩ ମସିହାରେ ଅର୍ଥାତ୍ ୯୬ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା। ବର୍ତ୍ତମାନ ଏହା ଦୁର୍ବଳ ହୋଇଯାଇଥିବାରୁ ପ୍ରଶାସନ ସତର୍କତାମୂଳକ ପଦକ୍ଷେପନ ସ୍ବରୂପ ଏଭଳି ନିଷ୍ପତ୍ତି ନେଇଛି। ଗଙ୍ଗା ନଦୀ ଉପରେ ନିର୍ମିତ ଏହି ପୋଲର ଲମ୍ବ ୪୫୦ ଫୁଟ। କିମ୍ବଦନ୍ତୀ ଅନୁଯାୟୀ, ଏହି ସ୍ଥାନରେ ଲକ୍ଷ୍ମଣ ଝୋଟ ଦଉଡ଼ି ସାହାଯ୍ୟରେ ନଦୀ ପାର ହୋଇଥିଲେ। ସେଥିପାଇଁ ଏହି ପୋଲର ନାମ ଲକ୍ଷ୍ମଣ ଝୁଲା ରଖାଯାଇଛି। ଖୁବଶୀଘ୍ର ବିକଳ୍ପ ପୋଲ ନିର୍ମାଣ ହେବ ବୋଲି ଶନିବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କହିଥିଲେ।

ସମ୍ବନ୍ଧିତ ଖବର