ଦିନେ ଘୋଡା ଗାଡି ଚଲାଉଥିଲେ, ଆଜି ୨ ହଜାର କୋଟି ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ: ପ୍ରସିଦ୍ଧ ମସଲା କମ୍ପାନି ଏମ୍‌ଡିଏଚ୍‌ର ମାଲିକ ଧରମପାଲ ଗୁଲାଟିଙ୍କର ୯୮ ବର୍ଷ ବୟସରେ ପରଲୋକ ଘଟିଛି। ଦିନେ ଘୋଡାଗାଡି ଚଳାଉଥିବା ଧରମପାଲ ନିଜର ପରିଶ୍ରମ ଓ ଚେଷ୍ଟା ବଳରେ କିଭଳି ୨ ହଜାର କୋଟି ଟଙ୍କାର ବ୍ୟବସାୟିକ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ ସେ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ | ଧରମପାଲ ଗୁଲାଟିଙ୍କର ଜନ୍ମ ୨୭ ମାର୍ଚ୍ଚ ୧୯୨୩ ରେ ପାକିସ୍ତାନର ସିଆଲକୋଟରେ ହୋଇଥିଲା, ଯାହା ପୂର୍ବରୁ ଭାରତର ଏକ ଅଂଶ ଥିଲା | ୧୯୩୩ ମସିହାରେ, ସେ ତାଙ୍କର ୫ମ ଶ୍ରେଣୀ ପାଠ ସମାପ୍ତ କରିବା ପୂର୍ବରୁ ବିଦ୍ୟାଳୟ ଛାଡିଥିଲେ ଏବଂ ୧୯୩୭ ମସିହାରେ ବାପାଙ୍କ ସାହାଯ୍ୟରେ ବ୍ୟବସାୟ ଆରମ୍ଭ କରିଥିଲେ।

ଭାରତ-ପାକିସ୍ତାନ ବିଭାଜନ ପରେ ସେ ଦିଲ୍ଲୀ ଆସିଥିଲେ। ୨୭ ସେପ୍ଟେମ୍ବର ୧୯୪୭ ରେ, ତାଙ୍କ ପାଖରେ କେବଳ ୧୫୦୦ ଟଙ୍କା ଥିଲା | ସେ ୬୫୦ ଟଙ୍କାରେ ଏକ ଟାଙ୍ଗା(ଘୋଡାଗାଡି) କିଣି ନୂଆଦିଲ୍ଲୀ ରେଳ ଷ୍ଟେସନରୁ କୁତୁବ ରୋଡ ପର୍ଯ୍ୟନ୍ତ ଚଲାଇଥିଲେ । କିଛି ଦିନ ପରେ ଧରମପାଲ ଟାଙ୍ଗାକୁ ତାଙ୍କ ଭାଇଙ୍କୁ ଦେଇଥିଲେ ଏବଂ କରୋଲ ବାଗର ଅଜମଲ ଖାନ ରୋଡରେ ଏକ ଛୋଟ ଦୋକାନ ଖୋଲିଥିଲେ | ଏହି ଦୋକାନରେ ମହାଶୟାନ ଦି ହାଟୀ (MDH) ନାମରେ ମସଲା ବିକ୍ରୟ ଆରମ୍ଭ କରିଥିଲେ | ଲୋକମାନେ ତାଙ୍କ ମସଲାକୁ ଏତେ ପସନ୍ଦ କଲେ ଯେ ଅଳ୍ପ ସମୟ ମଧ୍ୟରେ ତାଙ୍କ ଦୋକାନ ଏକ ପ୍ରସିଦ୍ଧ ମସଲା ଦୋକାନରେ ପରିଣତ ହେଲା |

 650 रुपये में तांगा खरीद कर चलाया, फिर धर्मपाल बने थे MDH मसालों के आइकॉन
photo-aajtak

ଧୀରେ ଧୀରେ ସେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଦୋକାନ ଖୋଲିଥିଲେ। ଚାହିଦା ବଢିବା ସହିତ ସେ କାରଖାନା ପ୍ରତିଷ୍ଠା କରିବାର ଆବଶ୍ୟକତା ଅନୁଭବ କଲେ କିନ୍ତୁ ଏଥିପାଇଁ ତାଙ୍କ ପାଖରେ ଟଙ୍କା ନଥିଲା | ଏହା ପରେ ସେ ବ୍ୟାଙ୍କରୁ ଋଣ ନେଇ ଦିଲ୍ଲୀର କିର୍ତ୍ତୀ ନଗରରେ ନିଜର ପ୍ରଥମ ମସଲା କାରଖାନା ପ୍ରତିଷ୍ଠା କରିଥିଲେ। ଆଜି, ଏମଡ଼ିଏଚ ର ଭାରତ ଏବଂ ଦୁବାଇରେ ପ୍ରାୟ ୧୮ ଟି କାରଖାନା ଅଛି, ଯେଉଁଥିରେ ପ୍ରସ୍ତୁତ ମସଲା ଅନେକ ଦେଶରେ ବିକ୍ରି ହୁଏ | ବର୍ତ୍ତମାନ ବଜାରରେ ଏମଡ଼ିଏଚ ର ପ୍ରାୟ ୬୨ ଟି ଉତ୍ପାଦ ଅଛି |

ସମ୍ବନ୍ଧିତ ଖବର