ମହାନଦୀ-ଗୋଦାବରୀ ନଦୀ ସଂଯୋଗୀକରଣ : ସଂଶୋଧିତ ପ୍ରସ୍ତାବ ରାଜ୍ୟଙ୍କୁ ଦିଆଯାଇଛି

ନୂଆଦିଲ୍ଲୀ : ମହାନଦୀ ଓ ଗୋଦାବରୀ ନଦୀ ସଂଯୋଗୀକରଣର ପ୍ରାଥମିକ ସଂଶୋଧିତ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ହସ୍ତଗତ କରାଯାଇଥିବା କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା କାୟାକଳ୍ପ ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜନ ରାମ ମେଘଓ୍ଵାଲା କହିଛନ୍ତ। ଏହି ନଦୀ ସଂଯୋଗୀକରଣର ବିସ୍ତତ ପ୍ରକଳ୍ପ ରିପୋର୍ଟ ଓଡ଼ିଶା ସରକାର ପ୍ରସ୍ତୁତ କରିନଥିଲେ। ସେହିପରି ଏହି ସଂଯୋଗୀକରଣରେ ମହାନଦୀ, ଗୋଦାବରୀ, କ୍ରିଷ୍ଣା, ପିନାର-ପଲାର-କାବେରୀ, ଭାଇଗାଇ ଓ ଗୁଣ୍ଡାର ଆଦି ୯ଟି ସଂଯୋଗ ପ୍ରଣାଳୀ ରହିଛି। ଉଲ୍ଲେଖ ଥାଉ କି, ମଣିଭଦ୍ରା ନଦୀବନ୍ଧରେ ଭାରୀମାତ୍ରାରେ ଜଳ ଭର୍ତ୍ତି ହେବାର ସମ୍ଭାବନା ରହିଥିବାରୁ ରାଜ୍ୟ ସରକାର ଏହି ସଂଯୋଗୀକରଣ କାର୍ଯ୍ୟକ୍ରମରେ ରାଜି ହୋଇନଥିଲେ। ପରେ ଓଡ଼ିଶା ସରକାରଙ୍କ ସୁପାରିସ କ୍ରମେ ଜାତୀୟ ଜଳ ବିକାଶ ସଂସ୍ଥା ଦ୍ୱାରା ପ୍ରାଥମିକ ସଂଶୋଧିତ ରିପୋର୍ଟ ପ୍ରସ୍ତାବକୁ ଚୂଡ଼ାନ୍ତ କରାଯାଇଥିଲା। ଏହି ପ୍ରସ୍ତାବକୁ ଓଡ଼ିଶା ସରକାରଙ୍କ ନିକଟରେ ଦାଖଲ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ମହାନଦୀ-ଗୋଦାବରୀ ନଦୀ ସଂଯୋଗୀକରଣ କାର୍ଯ୍ୟ ତ୍ୱରାନ୍ଵିତ ହୋଇପାରିଲେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶକୁ ଜଳସେଚନ ଏବଂ ଜଳବିଦ୍ୟୁତ୍‌ରେ ଫାଇଦା ମିଳିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର