ନୂଆଦିଲ୍ଲୀ: ମହାନଦୀ ଜଳ ସମ୍ବନ୍ଧରେ ଓଡ଼ିଶା ଓ ଛତିଗଡ଼ ଚାଲିଥିବା ବିବାଦ ମାମଲାର ଶୁଣାଣି ତାରିଖକୁ ଜୁଲାଇ ୧୩ ଯାଏଁ ଘୁଞ୍ଚାଇ ଦେଇଛନ୍ତି ଟ୍ରିବ୍ୟୁନାଲ୍।
Sambad is now on WhatsApp
Join and get latest news updates delivered to you via WhatsApp
ବୈଠକ ବସାଇ ଆପୋସ ସମାଧାନ ଲାଗି ଦୁଇ ରାଜ୍ୟକୁ ଅଦାଲତ ନିର୍ଦେଶ ଦେଇଥିଲେ ମଧ୍ୟ ଘୂର୍ଣ୍ଣିବାତ୍ୟା ‘ଫନି’ ଯୋଗୁଁ ତାହା ସମ୍ଭବପର ହୋଇପାରି ନାହିଁ। ତେଣୁ, ଟ୍ରିବ୍ୟୁନାଲ୍ ଏଥି ପାଇଁ ଦୁଇ ରାଜ୍ୟକୁ ଆଉ ମାସେ ସମୟ ଦେଇଛନ୍ତି। ଜୁନ୍ ମାସରେ ଓଡ଼ିଶାର ପ୍ରତିନିଧି ଦଳ ପ୍ରଥମେ ଛତିଶଗଡ଼ ଯିବେ ଓ ତା’ପରେ ଛତିଶଗଡ଼ ପ୍ରତିନିଧି ଦଳ ଓଡ଼ିଶା ଆସିବେ।
ଉଭୟ ରାଜ୍ୟର ପ୍ରତିନିଧି ଦଳ ବୈଠକରେ ଏକତ୍ର ହେବା ପରେ ଅଦାଲତକୁ ରିପୋର୍ଟ ଦାଖଲ କରିବା ପରେ ମାମଲାର ଶୁଣାଣି ହେବ।