କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ବିରୋଧରେ ଯୌନନିର୍ଯ୍ୟାତନା ଅଭିଯୋଗ ଆଣିଲେ ଏକାଧିକ ସାମ୍ବାଦିକା

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଯୌନନିର୍ଯ୍ୟାତନା ମାମଲା ସଂଖ୍ୟା ବଢିଚାଲିଛି । ବଲିଉଡ ଠାରୁ ଆରମ୍ଭ କରି ସାହିତ୍ୟ ଜଗତ ପର୍ଯ୍ୟନ୍ତ ମି-ଠୁ ( ମୁଁ ମଧ୍ୟ) ଆନ୍ଦୋଳନ ବ୍ୟାପୀବାରେ ଲାଗିଛି । ଏବେ ଏହା ସାମ୍ବାଦିକତା ଓ ରାଜନୀତି ଜଗତରେ ପ୍ରବେଶ କରିଛି । ଏବେ ବରିଷ୍ଠ ସାମ୍ବାଦିକ ତଥା କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ.ଜେ.ଆକବରଙ୍କ ନାଁରେ  ଯୌନନିର୍ଯ୍ୟାତନା  ଅଭିଯୋଗ ଆସିଛି । ସାମ୍ବାଦିକ ଥିବାବେଳେ ସେ ଅନେକ ମହିଳା ସାମ୍ବାଦିକାଙ୍କୁ ଯୌନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆସିଛି । ଗତ ବର୍ଷ ସାମ୍ବାଦିକା ପ୍ରିୟା ରମାନି ନିଜର ଏକ ଲେଖାରେ ଆକବରଙ୍କ ବିଷୟରେ କହିଥିଲେ । ତେବେ ସେଥିରେ ସେ ତାଙ୍କ ନାଁ ନେଇ ନଥିଲେ । ପ୍ରିୟାଙ୍କ ପରେ ଆହୁରି ଅନେକ ସାମ୍ବାଦିକା ତାଙ୍କ ସଂପର୍କରେ ଟ୍ଵିଟରରେ ଲେଖିବା ପରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏ ସଂପର୍କରେ ପଚରାଯାଇଥିବା ପ୍ରଶ୍ନକୁ ଏଡେଇଯାଇଛନ୍ତି ।

 

ସମ୍ବନ୍ଧିତ ଖବର