ଗାଈ ଓ ଓଁ କିଛି ଲୋକଙ୍କୁ ଉତ୍ତେଜିତ କରାଇଦିଏ: ମୋଦୀ

ମଥୁରା: ଆଜି ଉତ୍ତରପ୍ରଦେଶର ମଥୁରା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶୁଙ୍କ ଚିକିତ୍ସା ସମ୍ବଦ୍ଧିୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ଏହି ଅବସରରେ ସେ ବିରୋଧୀଙ୍କ ଉପରେ କଡା ସମାଲୋଚନା କରିଥିଲେ | ମୋଦୀ କହିଥିଲେ ଯେ ଏହି ଦେଶର ଦୁର୍ଭାଗ୍ୟ ହେଉଛି ଯେ କିଛି ଲୋକଙ୍କ କାନରେ ଯଦି ଗାଈ ଓ ଓଁ ଶବ୍ଦ ପଡିଯାଇଥାଏ ତେବେ ସେମାନଙ୍କ ବାଳ ଛିଡା ହୋଇଯାଇଥାଏ | ସେମାନଙ୍କୁ ଲାଗିଥାଏ ଯେ ଦେଶ ୧୬ଶ ଶତାବ୍ଦୀକୁ ଚାଲିଯାଇଛି |

  ଏଭଳି ଲୋକମାନେ ଦେଶକୁ ବରବାଦ କରିବାରେ ଲାଗିପଡିଛନ୍ତି | ସେହିଭଳି ବର୍ତ୍ତମାନ ଆତଙ୍କବାଦ ଏକ ଆଦର୍ଶବାଦ ପାଲଟିଯାଇଛି | ଆତଙ୍କବାଦ ବର୍ତ୍ତମାନ ଆମ ପଡୋଶୀ ରାଷ୍ଟ୍ରରେ ବଢୁଥିବାବେଳେ ଆତଙ୍କବାଦ ବିରୋଧରେ ପୁରା ବିଶ୍ୱ ମିଶି ଲଢ଼ିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି |

ଭାରତ ଏଭଳି ଆହ୍ୱାନକୁ ସ୍ୱୀକାର କରିବା ସହ ଏହାକୁ ମୁକାବିଲା କରିବା ପାଇଁ ସକ୍ଷମ | ଆମେ କରି ଦେଖାଇଛୁ ଓ ଆଗକୁ ମଧ୍ୟ ଆତଙ୍କବାଦ ବିରୋଧରେ ଆମର ସଂଗ୍ରାମ ଜାରି ରହିବ ବୋଲି ମୋଦୀ କହିଛନ୍ତି |

ସମ୍ବନ୍ଧିତ ଖବର