ମୁମ୍ବାଇରେ ପ୍ରବଳ ବର୍ଷା: ଓ୍ଵାଦାଲା ଇଷ୍ଟ୍‍ରେ ଭୂଇଁ ଧସି ପୋତି ହୋଇ ପଡ଼ିଛି ଯାନବାହନ

ମୁମ୍ବାଇ: ସୋମବାର ସକାଳେ ମୁମ୍ବାଇରେ ପ୍ରବଳ ବର୍ଷା ଢାଳିବା ଯୋଗୁଁ ଓ୍ଵାଦାଲା ଇଷ୍ଟ୍‍ର ଆଣ୍ଟ୍‌ପ୍‌ ହିଲ୍‌ସ୍ଥିତ ଲିୟଡ୍‌ ଇଷ୍ଟେଟ୍‌ ଠାରେ ତିଆରି ଚାଲିଥିବା ଏକ ଆବାସିକ କୋଠା ନିକଟରେ ଭୂଇଁ ଧସି ଯିବାରୁ କେତେକ ବାସିନ୍ଦା ଫଶି ଯିବା ସହ କିଛି ଯାନବାହନ ଭଗ୍ନସ୍ତୁପ ତଳେ ପୋତି ହୋଇ ଯାଇଛି। କେହି ମୃତାହତ ହୋଇଥିବା ଖବର ଏ ପର୍ଯ୍ୟନ୍ତ ମିଳିନାହିଁ।

ସମ୍ପ୍ରତି ଉଦ୍ଧାର କାର୍ଯ୍ୟ ଚାଲିଛି। ଫଶି ରହିଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇ ସାରିଛି।

ରବିବାର ଦିନ ମେଟ୍ରୋ ସିନେମା ନିକଟରେ ଏକ ଗଛ ଉପୁଡ଼ି ପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ୫ ଜଣ ଆହତ ହୋଇଥିଲେ। ପ୍ରବଳ ବର୍ଷା ଯୋଗୁଁ ସହରୀ ଜୀବନ ସ୍ଥାଣୁ ହୋଇ ପଡ଼ିଛି। ବର୍ଷା ପ୍ରବଳରୁ ଅତି ପ୍ରବଳ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ଧାରା ବର୍ଷା ଯୋଗୁଁ ରେଳଧାରଣାରେ ପାଣି ଜମିବାରୁ ଲୋକାଲ୍‌ ଟ୍ରେନ୍‌ ଚଳାଚଳ ବାଧା ପାଇଛି। ସହରର ଅନେକ ସ୍ଥାନରେ ଯାନବାହନ ଚଳାଚଳ ମଧ୍ୟ ମନ୍ଥର ହୋଇଛି।

ପ୍ରାୟ ୨୬ଟି ବିମାନ ଉଡ଼ାଣରେ ବିଳମ୍ବ ଘଟିଛି।

ସମ୍ବନ୍ଧିତ ଖବର