ଏକାଧିକ ନୂଆ ସର୍ଟ-ରେଞ୍ଜ୍‌ ବାଲିଷ୍ଟିକ୍‌ ମିସାଇଲ୍‌ ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ: ବୁଧବାର ପ୍ରତ୍ୟୁଷର ଉତ୍ତର କୋରିଆ ନାଁ ଜଣା ନ ଥିବା ଏକାଧିକ ସ୍ୱଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଥିବା କଥା ଦକ୍ଷିଣ କୋରୀୟ ମିଲିଟାରିର ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ସ୍‌ କହିଛନ୍ତି।

ଉତ୍ତର କୋରିଆର ପୂର୍ବତଟ ଅନ୍ତର୍ଗତ ହୋଡୋ ଉପଦ୍ୱୀପରୁ ଏହି କ୍ଷେପଣାସ୍ତ୍ରଗୁଡ଼ିକ ଛଡ଼ା ଯାଇଛି ବୋଲି ସେ ଏକ ବିବୃତିରେ କହିଛନ୍ତି।

ଏ ସଂକ୍ରାନ୍ତରେ ହ୍ଵାଇଟ୍‌ ହାଉସ୍‌, ପେଣ୍ଟାଗନ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ହଠାତ୍‌ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।

Image Source: India Today

ଜୁଲାଇ ୨୫ ତାରିଖ ଦିନ ମଧ୍ୟ ଉତ୍ତର କୋରିଆ ଦୁଇଟି ସ୍ୱଳ୍ପ-ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଜୁନ୍‌ ମାସରେ କିମ୍‌ ଜୋଙ୍ଗ୍‌-ଉନ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଡିଏମ୍‌ଜେଡ୍‌ ଠାରେ ଭେଟାଭେଟି ହୋଇ ଡିନ୍ୟୁକ୍ଲିୟରାଇଜେସନ୍‌ ପ୍ରସଙ୍ଗରେ ପୁନଃଆଲୋଚନା କରିବା ପାଇଁ ରାଜି ହେବା ପରେ ଉତ୍ତର କୋରିଆ ଏ ଭଳି ପରୀକ୍ଷଣ ଆରମ୍ଭ କରିଛି।

ଦକ୍ଷିଣ କୋରୀୟ ମିଲିଟାରିର ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ସ୍‌ କହିଛନ୍ତି ଯେ ଉତ୍ତର କୋରିଆର ବାରମ୍ବାର କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କୋରୀୟ ଉପଦ୍ୱୀପରେ ଉତ୍ତେଜନା ପ୍ରସମିତ କରିବା ଉଦ୍ୟମରେ ସହାୟକ ନୁହେଁ। ଏ ଭଳି ଆଚରଣ ବନ୍ଦ କରିବାକୁ ଆମେ ଉତ୍ତର କୋରିଆକୁ କହୁଛୁ।

ସମ୍ବନ୍ଧିତ ଖବର