କାର୍ଗିଲ୍‌ ଯୁଦ୍ଧ ଆମ ଶୌର୍ଯ୍ୟର ସଙ୍କେତ: ‘ମନ୍‌ କି ବାତ୍‌’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କାର୍ଗିଲ୍‌ ଯୁଦ୍ଧ ଆମ ସଶସ୍ତ୍ର ବଳର ଶୌର୍ଯ୍ୟର ସଙ୍କେତ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌କି ବାତ୍‌’ର ୭୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ, ଆଗାମୀକାଲି, ଜୁଲାଇ ୨୬ ତାରିଖ। ଆମ ଦେଶ କାର୍ଗିଲ୍‌ ବିଜୟ ଦିବସ ପାଳନ କରିବ। ଚାଲନ୍ତୁ, ୧୯୯୯ରେ ଆମ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା। ଏବର୍ଷ କାର୍ଗିଲ୍‌ ଦିବସ ‘ଅମୃତ ମହୋତ୍ସବ’ ସହ ପାଳନ କରାଯିବ। ଚାଞ୍ଚଲ୍ୟକର କାର୍ଗିଲ୍‌ ଯୁଦ୍ଧ ବିଷୟରେ ପଢ଼ି ଆମ ଯୋଦ୍ଧାମାନଙ୍କୁ ସ୍ମରଣ କରିବା ଲାଗି ଜନତାଙ୍କୁ ଅନୁରୋଧ କରୁଛି। ଦେଶ ପାଇଁ ତ୍ରିରଙ୍ଗ ପତାକା ଉତ୍ତୋଳନ କରିଥିବା ବ୍ୟକ୍ତିମାନଙ୍କ ନିମନ୍ତେ ସମ୍ମାନର ଆବେଗ ଆପଣାଛାଏଁ ଆସିବା ସ୍ବାଭାବିକ କଥା ବୋଲି ସେ କହିଛନ୍ତି। ଏହି ଦେଶାତ୍ମବୋଧ ଭାବ ଆମ ସମସ୍ତଙ୍କୁ ଏକତ୍ର କରିଛି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ କି, ଏବର୍ଷ ଅଗଷ୍ଟ ୧୫ ମଧ୍ୟ ଦେଶ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ। ଏବର୍ଷ ସ୍ବାଧୀନତାକୁ ୭୫ ବର୍ଷ ପ୍ରବେଶ କରିବ। ‘ଅମୃତ ମହୋତ୍ସବ’ ସରକାରଙ୍କର କଥା ନୁହେଁ, ୧୩୦ କୋଟି ଭାରତୀୟଙ୍କର ଆବେଗର କଥା। ମାର୍ଚ ୧୨ ତାରିଖରୁ ବାପୁଙ୍କ ସାବରମତୀ ଆଶ୍ରମରୁ ‘ଅମୃତ ମହୋତ୍ସବ’ ଆରମ୍ଭ ହୋଇଥିଲା।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ଜରିଆରେ ‘ଭିକ୍ଟ୍ରି ପଞ୍ଚ୍‌’ ଅଭିଯାନ ଚଳାଇ ଅଲିମ୍ପିକ୍‌ସ୍‌ରେ ଯୋଗ ଦେଇଥିବା ଭାରତୀୟ ଖେଳାଳିଙ୍କୁ ଉତ୍ସାହ ଦେବା ଲାଗି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

Image Courtesy of India Today

‘ମନ୍‌କି ବାତ୍‌’କୁ ବାର୍ତ୍ତା ଏବଂ ପ୍ରସ୍ତାବ ପଠାଉଥିବା ୭୫% ବ୍ୟକ୍ତିବିଶେଷ ୩୫ ବର୍ଷରୁ କମ୍ ବୋଲି ନିକଟରେ ‘ମାଇଁଗଭ୍‌ଟଡ୍‌ଇନ୍‌’ କରିଥିବା ଅଧ୍ୟୟନରୁ ଜଣାପଡ଼ିଛି। ଅର୍ଥାତ୍ ‘ମନ୍‌କି ବାତ୍‌’ ଭାରତର ଯୁବବର୍ଗଙ୍କ ମତାମତରୁ ଦିଗ୍‌ଦର୍ଶନ ପାଉଛି। ‘ମନ୍‌କି ବାତ୍‌’ ହେଉଛି ସକାରତ୍ମକତା ଏବଂ ଅନ୍ତର୍ଦୃଷ୍ଟି ଥିବା ଗୋଟାଏ ମାଧ୍ୟମ ବୋଲି ସେ କହିଛନ୍ତି।

ଜାତୀୟ ପ୍ରଗତି ନିମନ୍ତେ ଏକତ୍ର ହୋଇ କାର୍ଯ୍ୟ କରିବା ଭାରତ ପାଇଁ ଆବଶ୍ୟକ ହୋଇପଡ଼ିଛି। ସେ କହିଲେ, ‘ଭୋକାଲ୍‌ ଫର୍‌ ଲୋକାଲ୍‌’ ଭଳି ଦୈନନ୍ଦିନ କାର୍ଯ୍ୟ ସହ ମଧ୍ୟ ଆମେ ଦେଶ ଗଠନ କରିପାରିବା। ଆ‌ମ ଦେଶର ଆଞ୍ଚଳିକ ଉଦ୍ୟୋଗୀ, ଶିଳ୍ପୀ, କାରିଗର ଏବଂ ବୁଣାକାରମାନଙ୍କୁ ସହାୟତା କରିବା ଲାଗି ଆମର ଆନ୍ତରିକତା ରହିବା ଉଚିତ।

ପ୍ରଧାନମନ୍ତ୍ରୀ କହିଲେ, ଦିନ ଥିଲା ଛୋଟ ଛୋଟ କାର୍ଯ୍ୟ ପାଇଁ ବର୍ଷ ବର୍ଷ ଲାଗୁଥିଲା। କିନ୍ତୁ ଆଜିକାଲି ପ୍ରଯୁକ୍ତିବିଦ୍ୟା ଯୋଗୁଁ ଭାରତରେ ସେ ପରିସ୍ଥିତି ବଦଳି ଯାଇଛି। ଏହାଛଡ଼ା, ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବ ରାଜ୍ୟର ଅଭିନବ କୃଷିକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ମଣିପୁରର ଉଖ୍ରୁଲ୍‌ରେ ସେଓ ଚାଷ ହେଲାଣି। ଏବେ କୃଷକମାନେ ଫଳ ବଗିଚାରେ ସେଓ ଉତ୍ପାଦନ କଲେଣି। ଉପଯୁକ୍ତ ତାଲିମ ପାଇଁ ସେମାନେ ହିମାଚଳ ପ୍ରଦେଶ ଯାଇଥିଲେ। କୋଭିଡ୍‌-୧୯ ପରେ ତ୍ରିପୁରାର ଉନକୋଟିରେ କୋଳି ଚାଷ ବୃଦ୍ଧି ପାଇଛି। ସେଥିରୁ ବିକ୍ରମଜିତ୍ ଚକ୍‌ମା ନାମକ ଜଣେ ୩୨ ବର୍ଷିୟ ବ୍ୟକ୍ତି ଭଲ ଲାଭ ପାଉଛନ୍ତି ବୋଲି ସେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର