ପୋଲିସ୍ ବିଭାଗରେ ଲାଗୁ ହୋଇପାରେ ଆଉଟ୍‌ସୋର୍ସିଂ ବ୍ୟବସ୍ଥା

ନୂଆଦିଲ୍ଲୀ : ପୁଲିସ ଆଧୁନିକୀକରଣ ଅନ୍ତର୍ଗତ ପାଖାପାଖି ୧୫ଟି କାର୍ଯ୍ୟକୁ ପୂର୍ଣ୍ଣ ବା ଆଂଶିକ ରୂପେ ଆଉଟ୍‌ସୋର୍ସିଂ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଚିନ୍ତା କରୁଛନ୍ତି।

ମିଳିଥିବା ସୂଚନା ଅନୁସା‌ରେ, ଚିଠିପତ୍ର ପହଞ୍ଚାଇବା, ନଥିପତ୍ର ଗୁଡ଼ିକର ତଦାରଖ କରିବା, ସମନ୍ ଗୁଡ଼ିକୁ ପହଞ୍ଚାଇବା, ପାସ୍‌ପୋର୍ଟ ଆବେଦନରେ ଯାଞ୍ଚ, ସିସିଟିଭି କଣ୍ଟ୍ରୋଲରୁମ୍, ପୋଲିସ ଡ୍ରାଇଭର, ଧୋବା, ଭଣ୍ଡାରୀ, ରୋଷେଇୟା, ସ୍କୁଲ ଓ କଲେଜର ସୁରକ୍ଷା, ପରୀକ୍ଷାକେନ୍ଦ୍ରର ସୁରକ୍ଷା ଯାତାୟାତ ବ୍ୟବସ୍ଥା ସୁଧାରିବା କାର୍ଯ୍ୟର ନିୟୋଜିତ ପୋଲିସମାନଙ୍କୁ କାର୍ଯ୍ୟ ମୁକ୍ତ କରିବା ପାଇଁ ମାନସମନ୍ଥନ ଆରମ୍ଭ ହୋଇଛି।

ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟଙ୍କ ଠାରୁ ପରାମର୍ଶ ଲୋଡ଼ାଯାଇଛି।

ସମ୍ବନ୍ଧିତ ଖବର