ପାକିସ୍ତାନ ଆତଙ୍କବାଦକୁ ସମର୍ଥନ ଦେବା ବନ୍ଦ କରିବା ଉଚିତ: ଆମେରିକା ସିନେଟର

ଓ୍ଵାଶିଂଟନ: ଭାରତ ଗସ୍ତରେ ଆସିଥିବା ଜନୈକ ଆମେରିକୀୟ ସିନେଟର ତାଲିବାନ ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନ ସାହାଯ୍ୟ କରିବା ବନ୍ଦ କରୁ ବୋଲି ମତ ଦେଇଛନ୍ତି। ଇସ୍‌ଲାମବାଦରେ ପାକିସ୍ତାନୀ ନେତୃତ୍ୱଙ୍କୁ ଭେଟିବା ପରଦିନ ଆମେରିକା ସିନେଟର ମ୍ୟାଗି ହସନ ଏପରି ମତ ରଖିଛନ୍ତି।

ସେ ଆହୁରି ବି କହିଛନ୍ତି ଯେ ‘ଆଫଗାନିସ୍ଥାନରେ ସ୍ଥିରତା ଆଣିବାକୁ ଓ ଆତଙ୍କବାଦ ବିରୋଧରେ ଲ‌ଢ଼େଇ ଜାରି ରଖିବାକୁ ତଥା ଅର୍ଥବ୍ୟବସ୍ଥାକୁ ଦୃଢ଼ କରିବାରେ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।’

ଆମେରିକା ସିନେଟର ହସନ୍ ଏବଂ କ୍ରିସ୍‌ ବୈନ୍‌ ହୋଲେନ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ, ସେନା ପ୍ରମୁଖ ଜେନେରାଲ୍‌ କମର ଜାଭେଦ ବାଜଓ୍ଵା ଓ ପାକିସ୍ତାନ ଅଧିକୃତ କଶ୍ମୀରର ଅଧିକାରୀମାନଙ୍କୁ ସାକ୍ଷାତ୍‌ କରିଛନ୍ତି।

The Hindu

ହସନ କହିଛନ୍ତି, ‘ଏହା ବ୍ୟତୀତ ପାକିସ୍ତାନର ବରିଷ୍ଠ ନେତୃତ୍ୱଙ୍କୁ ଏହା ପ୍ରତ୍ୟକ୍ଷ ରୂପରେ କହିବା ଆବଶ୍ୟକ ଯେ ତାଲିବାନ ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନ ସାହାଯ୍ୟ କରିବା ବନ୍ଦ କରିବା ଉଚିତ। ତା’ପରେ ଯାଇ ଆମେ କଶ୍ମୀର ପ୍ରସଂଗରେ କଥାବାର୍ତ୍ତା ହୋଇପାରିବୁ।’

ଏକ ପ୍ରେସ୍‌ ରିଲିଜ୍‌ ଅନୁସାରେ କଶ୍ମୀରକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉପୁଜିଥିବା ଗଣ୍ଡଗୋଳର ସମାଧାନ କାଢ଼ିବାକୁ ହସନ ଏବଂ ହୋଲେନ୍‌ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।

ସମ୍ବନ୍ଧିତ ଖବର