ମୋଦୀ ଓ ଜି ବୈଠକ ବେଳେ କରାଚିରେ କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ଯୋଜନା କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟା ବେଳେ ତାମିଲନାଡୁର ମହାବଳୀପୁରମ୍‌ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଆତିଥ୍ୟ ଦେଉଥିବା ସମୟରେ ପାକିସ୍ତାନ କରାଚି ବନ୍ଦର ନିକଟରେ କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ଯୋଜନା କରୁଥିବା କଥା ଭାରତୀୟ ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, କରାଚିର ଉତ୍ତରପଶ୍ଚିମ ପଟକୁ ୪୦ କିଲୋମିଟର ଦୂର ସୋନାମିଆନି ରେଞ୍ଜ୍‌ରେ ପାକିସ୍ତାନ ଏହି ପରୀକ୍ଷା କରିବ।
ପାକିସ୍ତାନ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏଥିପାଇଁ ବିମାନ ଚାଳକମାନଙ୍କୁ ନୋଟିସ ଦେଇଛି। ଅକ୍ଟୋବର ୧୦ ତାରିଖ ପୂର୍ବାହ୍ନ ୯: ୩୦ ରୁ ୧୧: ୩୦ ଏବଂ ଅକ୍ଟୋବର ୧୧ ଓ ୧୨ ତାରିଖ ପୂର୍ବାହ୍ନ ୯: ୩୦ ରୁ ଅପରାହ୍ଣ ୧୨: ୩୦ ମଧ୍ୟରେ ପରୀକ୍ଷା ହେବା କଥା ନୋଟିସ୍‌ରେ ଉଲ୍ଲେଖ ରହିଛି। କିନ୍ତୁ, କେଉଁ କ୍ଷେପଣାସ୍ତ୍ର ପରୀକ୍ଷା କରାଯିବ ତାହା ସ୍ପଷ୍ଟ ହୋଇ ନାହିଁ।

Image Source: South China Morning Post

କରାଚି ବିମାନ ବନ୍ଦରରୁ ସମସ୍ତ ଅନ୍ତର୍ଜାତୀୟ ବିମାନଗୁଡ଼ିକୁ ଏହି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଭିନ୍ନ ଭିନ୍ନ ପଥକୁ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତନର କାରଣ ବିମାନ ବନ୍ଦରରେ କାମ ଚାଲିଥିବା ସ୍ପଷ୍ଟ ଭାବେ କୁହାଯାଇଛି।

ସମ୍ବନ୍ଧିତ ଖବର