ପୁଣି ଖୋଲିଲାଣି ପାକ-ଅଧିକୃତ କାଶ୍ମୀରରେ ଆତଙ୍କବାଦୀ କ୍ୟାମ୍ପ : ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ : ଭାରତର ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଓ ଲଞ୍ଚ ପ୍ୟାଡଗୁଡ଼ିକୁ ସାମୟିକ ଭାବେ ବନ୍ଦ କରିଦେଇଥିଲା ଇସ୍ଲାମାବାଦ । କିନ୍ତୁ ଏବେ ଇମ୍ରାନ ଖାଁଙ୍କ ଆମେରିକା ଗସ୍ତ ପରେ ପୁଣି ଉତ୍ସାହିତ ହୋଇଯାଇଛି ପାକିସ୍ତାନ । ଏବେ ପୁଣି ଥରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଓ ଲଞ୍ଚ ପ୍ୟାଡଗୁଡ଼ିକୁ ଖୋଲାଯାଉଛି ।

ଭାରତରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଏହି ସଂଗଠନଗୁଡ଼ିକ ଯୋଜନା କରୁଥିବା ଭାରତୀୟ ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଛି । ଏହି ଆକ୍ରମଣର ପ୍ରସ୍ତୁତି ତଦାରଖ କରିବା ପାଇଁ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ଭାଇ ଇବ୍ରାହିମ ଆଝାରକୁ ଦାୟିତ୍ୱ ଦିଆଯାଇଛି । ଏବେ ସେ ପାକିସ୍ତାନ ଅଧିକୃତ କାଶ୍ମୀରରେ ରହୁଛି ବୋଲି ଗୁଇନ୍ଦା ରିପୋର୍ଟ କହୁଛି । ଇମ୍ରାନଙ୍କ ଆମେରିକା ଗସ୍ତ ପୂର୍ବରୁ ପାକିସ୍ତାନ ଲୋକଦେଖାଣିଆ ଭାବେ ମାସୁଦ ଆଝାରକୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର