ଏର୍ଣ୍ଣାକୁଲମ୍ ଡାକ୍ତରଖାନାରେ ମାଲେସିଆ ଫେରନ୍ତା ରୋଗୀଙ୍କ ମୃତ୍ୟୁ, କରୋନା ଭାଇରସ ସଂକ୍ରମଣ ସନ୍ଦେହ

କୋଚି: ଶୁକ୍ରବାର  ତାମିଲନାଡୁର ଏର୍ଣ୍ଣାକୁଲମ ମେଡ଼ିକାଲ କଲେଜ ହସ୍ପିଟାଲରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକଜଣଙ୍କ କରୋନା ଭାଇରସର ଶିକାର ଥିଲେ ବୋଲି ସନ୍ଦେହ କରାଯାଉଛି। ଜିଲ୍ଲା ଚିକିତ୍ସ‌ା ଅଧିକାରୀଙ୍କ କହିବା ମୁତାବକ, ଯୁବକଙ୍କର ପ୍ରଥମ ନମୁନା ପରୀକ୍ଷାର ରିପୋର୍ଟ ନେଗେଟିଭ୍ ରହିଥିବା ବେଳେ ଶନିବାର ତାଙ୍କର ଦ୍ବିତୀୟ ରିପୋର୍ଟ ଆସିବାର ଥିଲା। କିନ୍ତୁ ଏହା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି।

ଏର୍ଣ୍ଣାକୁଲମ ମେଡ଼ିକାଲ କଲେଜର ଅଧୀକ୍ଷକ ପିଟର ଭାଜାଇଲଙ୍କ କହିବା ମୁତାବକ, ରୋଗୀର ଫୁସଫୁସରେ ନିମୋନିଆ ସଂକ୍ରମଣ ହେବା ସହ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ। କନ୍ନୁରର ପାୟ୍ୟାନ୍ନୁରର ରହୁଥିବା ମୃତକଜଣଙ୍କ ଗୁରୁବାର ମଧ୍ୟରାତ୍ରରେ ମାଲେସିଆରୁ ଆସି ନେଡୁମାବାସେରି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ।

Image result for Patient with suspected coronavirus dies at Ernakulam hospital
India Today

ଏର୍ଣ୍ଣାକୁଲମ ମେଡ଼ିକାଲ କଲେଜ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯିବା ସହ କରୋନାର ଶିକାର ହୋଇଥିବା ସନ୍ଦେହରେ ତାଙ୍କର ରକ୍ତ ନମୁନା ଆଲାପୁଜା ଭାଇରୋଲୋଜି ଲ୍ୟାବରେ ପରୀକ୍ଷା କରାଯାଇଥିଲା। ପ୍ରଥମ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଦ୍ବିତୀୟ ରିପୋର୍ଟକୁ ଅପେକ୍ଷା କରିଥିଲେ ଡାକ୍ତର। କିନ୍ତୁ ରିପୋର୍ଟ ଆସିବା ପୂର୍ବରୁ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ଯୁବକଙ୍କ ଅତିରିକ୍ତ ଶରୀରର ନମୁନା ଯାଞ୍ଚ କରାଯାଉଛି। ରିପୋର୍ଟ ଆସିବା ପରେ ସେ କରୋନାର ଶିକାର ଥିଲେ କି ନାହିଁ ସ୍ପଷ୍ଟ ହୋଇ ପାରିବ ‌ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର